ବିସ୍କୁଟ – ସୀମାଞ୍ଚଳ ଖଟୁଆ

ଲେଖକ ପରିଚୟ

ସୀମାଞ୍ଚଳ ଖଟୁଆ
ଭୁବନେଶ୍ଵର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଅତିଥି ସେବାରେ ଚାହା ବିସକୁଟ
ସାଥିରେ ମିକ୍ଚର ଯୋଡ଼ି,
ବାର୍ଦ୍ଧକ୍ୟରେ ସେ ତ ସହଜ ଉପାୟ
ଦାନ୍ତ ଯାଇଥିଲେ ଝଡି ।
ଅତି ସହଜରେ ମିଳେ ବିଷ କୁଟ
ପୂରାଏ ପିଲାଙ୍କ ପେଟ
ବାହାର ସୁନ୍ଦର ଭିତରଟି ପୋଲ
ନାମ ତାର ବିସକୁଟ ।
ତେଲ ମଇଦାରେ ଗଢ଼ା ଏ ଦରବ
ସହଜେ ବଢାଏ ମେଦ,
କେଉଁ ପରକାରେ ତିଆରି କେ ଜାଣେ
କେବଳ ପାଟି ସୁଆଦ ।
ବିସ୍କୁଟ କାରଣୁ ଝାଡା ଯେ କଠିନ
ସର୍ବେ ଛାଡିଲେଣି ରଡି,
ବାପା ମାଆଙ୍କର ରୁଚି ନାହିଁ ଆଉ
ଭାଜିବାକୁ ଚୁଡା ମୁଢି ।
ହାତରେ ନ ମାରି ଭାତରେ ମାରନ୍ତି
ଏ ଯୁଗର ବନ୍ଧୁ ଭ୍ରାତା,
ଧନ୍ୟ ଆମ ଶିକ୍ଷା ମଡ଼ର୍ଣ୍ଣ ସଭ୍ୟତା
ମୁଣ୍ଡେ ପଶୁ ଭଲ ଚିନ୍ତା ।

ସୀମାଞ୍ଚଳ ଖଟୁଆ, ଭୁବନେଶ୍ୱର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ