ନେତାଜୀ – ବୀରକିଶୋର ନାୟକ

ଲେଖକ ପରିଚୟ

ବୀର କିଶୋର ନାୟକ
ଖଣ୍ଡବନ୍ଧ, ଢେଙ୍କାନାଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଅଶାନ୍ତ ସମୁଦ୍ରେ ଉତ୍ତାଳ ତରଙ୍ଗ ପରି
ଲଙ୍ଘିବାକୁ ଦୂରନ୍ତ ବେଳାକୁ,
ଉତଫୁଲ୍ଲୀତ ହୃଦୟେ ଦେଶ ପ୍ରେମ ଭରି
କରିବାକୁ ସାକାର ସ୍ୱପ୍ନକୁ,
ତୋଳିଥିଲେ ବିପ୍ଳବର ସ୍ୱର
ଜାଳିବାକୁ ଦେଶର ଶତ୍ରୁକୁ |
ଆପୋଷହୀନ ନୀତିରେ ଥିଲେ ସେ ଅଟଳ
ପ୍ରକୃତରେ ଥିଲେ ସେ ନେତାଜୀ,
ଆହ୍ୱାନ ତାଙ୍କର ସତେ ଜ୍ୱଳନ୍ତ ଅନଳ
ସୃଷ୍ଟିକଲା ଦେଶେ ମହାକ୍ରାନ୍ତି,
ସ୍ତବ୍ଧ ଚକିତେ ବ୍ରିଟିଶ ବଳ
ଅନୁଭବି ଥିଲା ଅନ୍ତରେ ଭୀତି |
ଦୀପ୍ତକଣ୍ଠେ ଦେଶବାସୀଙ୍କୁ ପାତିଲେ ହାତ
ନିର୍ବିକାରେ ଦିଅ ମୋତେ ରକ୍ତ,
ଦେବି ମୁଁ ତୁମକୁ ଦେଶ ସ୍ୱାଧୀନତା ସ୍ୱାଦ
ହାତେ ତରବାରୀ ତୋଳିନିଅ,
ଶତ୍ରୁ ରକତେ ହୋଇ ରଞ୍ଜିତ
ଅଧିକାର ତୁମ ଛଡାଇ ନିଅ |
ଜାତୀୟ କଂଗ୍ରେସେ କରିଥିଲେ ଯୋଗଦାନ
କିଛିଦିନ ହେଲେ ସଭାପତି,
ଗାନ୍ଧିଜୀଙ୍କ ଅହିଂସା ନୀତିରେ କ୍ଷୁବ୍ଧମନ
ଭରିଥିଲା ଅସରା ଅଶାନ୍ତି,
ସ୍ୱାଧୀନତା ଭିକ୍ଷାରେ ମିଳେନା
ଯୁଦ୍ଧ ଲୋଡ଼ା ନୁହେଁ ତୋଷାମଦି |
ମାତୃଭୂମି ମୁକ୍ତି ପାଇଁ ଛାଡିଥିଲେ ଦେଶ
ଋଷ, ଜାପାନ ଓ ଜର୍ମାନୀରେ,
ଯେତେ ଭାରତୀୟ ଯୁଦ୍ଧବନ୍ଦୀ କରି ମୁକ୍ତ
ଆଜାଦ ହିନ୍ଦ ଫୌଜ ନାମରେ,
ଗଢ଼ିଥିଲେ ବିଶାଳ ସେନାନୀ
ଦିଲ୍ଲୀ ଚଲୋ ଥିଲା ତାଙ୍କ ଶବ୍ଦ |
ସ୍ବପ୍ନ ସବୁ ହଜିଥିଲା ଭାରତ ମାଟିରେ
ହୃଦୟଟା ଭାଙ୍ଗି ଯାଇଥିଲା,
ଭାରତୀୟ ନେତୃତ୍ୱର ଅସହଯୋଗରେ
ସ୍ୱାଧୀନତା ଦୂରେ ଚାଲିଗଲା,
ପରାଜିତ ନଥିଲେ କ୍ଲାନ୍ତିରେ
ବଞ୍ଚିବି ଠିକଣା ହଜିଗଲା |
ଭାରତର ଇତିହାସେ ମିଥ୍ୟାର ଆଲେଖ୍ୟ
ଅସମାପ୍ତ ଜୀବନର ଗାଥା,
ତଥାପି ଭାରତେ ଖେଳେ କୀର୍ତ୍ତିର ମହକ
ଏବେ ବି ଅସମ୍ପୂର୍ଣ୍ଣ ସେ ଯାତ୍ରା,
ବାସ୍ତବ ମୁକ୍ତି ସଂଗ୍ରାମ ପାଇଁ
ଜାଳେ ଅଗ୍ନି ସ୍ମୃତିର କୁହୁକ |

ଖଣ୍ଡବନ୍ଧ, ଢେଙ୍କାନାଳ |


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ