ସ୍ୱାର୍ଥ ବନାମ ସମର୍ପଣ – ସିଦ୍ଧେଶ୍ଵର ତ୍ରିପାଠୀ

ଲେଖକ ପରିଚୟ

ସିଦ୍ଧେଶ୍ଵର ତ୍ରିପାଠୀ
ଠିକଣା : କୁଣ୍ଡିଲୋ, କେରଙ୍ଗ, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବାବୁରେ
ଏଠି କେହି କାହାର ନୁହଁନ୍ତିରେ ଧନ
କେବଳ ସ୍ୱାର୍ଥଥିଲେ
ସମ୍ପର୍କଟା ମହୁ ଜୁଡୁବୁଡୁ
ଲାଭ ନଥିଲେ କଥା ପଦେବି ମିଳେନି
କାମ ନଥିଲେ ମୁହଁ ବି ଦିଶେନି
ଯଦି ବା ମିଳେ ଯଦିବା ଦିଶେ
ସେସବୁ ନିରୋଳା ଟାଇମ୍ ପାସ୍

ଯେତେ ସରଳ ହେବୁ ସେତିକି ତୁ ପାଇବୁ ଗରଳ
ହସ ବାଣ୍ଟୁ ବାଣ୍ଟୁ ମିଳିବ ଲୁହର ଉପହାର
ରକ୍ତ ସମ୍ପର୍କ ବି ବାଦ ଯିବନି ସେଥିରୁ
ଫୁଲ ଫଗୁଣ ବରଷା ଶ୍ରାବଣ
ସବୁ ମରୀଚିକା

ତୁ ନାଚିଲେ ଭଲ ସିଏ ନଚୋଉଥିବେ
ଯଦି ସହି ଯାଉଥିବୁ ରହି ଯାଉଥିବୁ
ସମସ୍ତଙ୍କୁ ଭାରି ବଢିଆ
ସିଏ ରଗଡ଼ିବେ ତୁ କ୍ଷତାକ୍ତ ହେବୁ ।

ତୁ ହାତ ପାତୁଥିବୁ ସେ ଦୟା ଦେଖୋଉଥିବେ
ତୁ ଦୁଃଖ ଯନ୍ତ୍ରଣାରେ ପଡିଥିବୁ
ସେ କୁତୁକୁତୁ ହେଉଥିବେ
ଯଦି ତୁ ଆଗକୁ ଗଲୁ ସଫଳ ହେଲୁ
ସରିଗଲା କଥା

ସଭିଏଁ ତୋ ବିରୁଦ୍ଧରେ
ବିନା କାରଣରେ
ଗୁଡାଏ ଅଭିଯୋଗ
କେବଳ ତୋରି ନାଁ ରେ

ବାବୁରେ ସାବଧାନ ଥିବୁ
ଯେତିକି ଦରକାର ସେତିକି ନଇଁବୁ
ଫଁ ଟିକେ ନିଶ୍ଚୟ ରଖିବୁ
ନହେଲେ ଅନେକ ଆଘାତ ରେ
ଅବେଳରେ ଚାଲିଯିବ
ଏଇତୋର ଅମୂଲ୍ୟ ଜୀବନ ।

ସିଦ୍ଧେଶ୍ବର ତ୍ରିପାଠୀ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ