ଝରକାରେ ନବ ବରଷ – ରଞ୍ଜନ କୁମାର ବ୍ରହ୍ମା

ଲେଖକ ପରିଚୟ

ରଞ୍ଜନ କୁମାର ବ୍ରହ୍ମା
ଚିକିଟୀ ଗଡ଼, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବରଷ ଯାଉଛି ପାତଳ ହୋଇ
ସ୍ମୃତିକୁ କରି ବହଳ ।
ସମଗ୍ର ବସୁଧା ସୁସ୍ଥ ରହିଥାଉ
ମନ ରହୁ ଚଳ ଚଞ୍ଚଳ ।।

ଯିବା ଦିନ କାଳ ଆମର ନିଜର
ଅତି ପରିଚିତ ଥିଲା ।
ଇତିହାସ ସାଥେ ପୃଷ୍ଠାରେ ରହିଲା
ସମୀକ୍ଷା ନାମ ଧଇଲା ।।

କେ କରେ ଯତନ ଆସିବାର ଦିନ
ବ୍ୟର୍ଥ ଜମାରୁ ନ ଯାଉ ।
ଯିବା ଦିନ କେତେ ମୂଲ୍ୟବାନ ଥିଲା
ଫେରିବ ସେ ଦିନ ଆଉ ?

ଉପଯୋଗ କରେ ସେ ଜନ ମହତ
ସମୟ ସାଥିରେ ରହେ ।
ନବ ଜୀବନର ଆନନ୍ଦ ପାଏ ସେ
ଜୀବନର ମୂଲ୍ୟ ପାଏ ।।

ନବ ଚେତନାରେ ଉଠିବକି ଜାତି
ଚିହ୍ନିବକି ନିଜେ ନିଜକୁ ।
ଜନମ ଦାତ୍ରୀର ପାଦ ସେବୁଥିବ
ଜଗି ତା’ କୋଳ ମାନକୁ ।।

ଚିକିଟୀ ଗଡ଼, ଗଞ୍ଜାମ
ଫୋନ୍ ନଂ – ୯୪୩୭୮୫୮୭୮୮


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
2 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
11 ମାସ ପୂର୍ବରୁ

ସୁନ୍ଦର କବିତାଟିଏ । ନୂତନ ବର୍ଷର ଅଭିନନ୍ଦନ ଜଣାଉଛି ।

Ranajn Kumar Brahma
ବଣମଲ୍ଲୀ ପାଠକ
Ranajn Kumar Brahma
11 ମାସ ପୂର୍ବରୁ

ନମସ୍କାର ।
ଆପଣଙ୍କ ମତାମତ ମୋତେ ଖୁବ୍ ଉତ୍ସାହିତ କରିଛି ।
ଏହି ଅଵସରରେ ନୂତନ ବର୍ଷ ୨୦୨୨ର ଅଭିନନ୍ଦନ ଜ୍ଞାପନ କରୁଛି ।