ଜଗତ ନାଥ – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଲଳିତା
ମହାନାୟିକା ସେ
ଶବରରାଜ ବିଶ୍ୱାବସୁ ସୂତା
ସେତୁବନ୍ଧ ମାନବ ସଭ୍ୟତା ର
ଆର୍ଯ୍ୟ ଓ ଦ୍ରାବିଡଙ୍କ ମହାମିଳନର
ଇନ୍ଦ୍ରଦ୍ୟୁମ୍ନ ଅବନ୍ତି ନରେଶ
କରିଲେ ପ୍ରେରଣ
ପାରିଷଦ ଶ୍ରେଷ୍ଠ ବ୍ରାହ୍ମଣ ବିଦ୍ୟାପତି ଙ୍କୁ
ନେବାକୁ ସନ୍ଧାନ
ପ୍ରଭୁ ନୀଳାଦ୍ରି ବିହାରୀ ନୀଳମାଧବଙ୍କ
ନୀଳାଚଳ ପର୍ବତ ଗୁମ୍ଫାରେ
ପାଇଁ ପ୍ରଭୁ ସ୍ୱପ୍ନାଦେଶ ।

ବିଦ୍ୟାପତି
ପାଇଁ ରାଜାଦେଶ
ଭ୍ରମି ବିଲ ବଣ ପାହାଡ ପ୍ରାନ୍ତର
ପହଞ୍ଚିଲେ ଶେଷେ ନୀଳାଚଳ କ୍ଷେତ୍ର
ମନ ପ୍ରାଣ ହେଲା ଉଲ୍ଲସିତ
ପାଇ ଦିବ୍ୟ ଅପୂର୍ବ ଶିହରଣ
ଏକ ଅଜଣା ଆକର୍ଷଣ ରେ
ପାଦଦେଲେ ଶାବରୀ ପଲ୍ଲୀ ରେ
ଯୁଗ ଯୁଗରୁ ଅପେକ୍ଷା କଲା ପରି
ପ୍ରଥମ ସାକ୍ଷାତରେ ଲଳିତା ଙ୍କ ସହ
ଚାରି ଚକ୍ଷୁ ହୋଇଲା ମିଳନ
ଆତିଥ୍ୟ ରେ ହେଲେ ପ୍ରିତ
ହୃଦୟ ଗହ୍ୱରରୁ ଆସିଲା ଆହ୍ୱାନ
ଦୀର୍ଘ ଦିନ ପ୍ରତୀକ୍ଷା ର ନିଶ୍ଚେ ହେବ ଅନ୍ତ ।
ବିଶ୍ୱାବସୁ
ଶବରରାଜ ନୀଳଗିରିବାସୀ
ଯାହାର ଆରାଧ୍ୟ ସ୍ୱୟଂ ଶ୍ରୀ ନୀଳମାଧବ
ନୀଳକନ୍ଦରରେ ଆସ୍ଥାନ ତାଙ୍କର
ଏକମାତ୍ର ସେବକ ସେ ପ୍ରଭୁଙ୍କ ର
ତାଙ୍କ ନିର୍ଦ୍ଦେଶରେ ପ୍ରଜାପାଳନରେ
ବ୍ରତୀ ସିଏ ତା ପାଇଁ ପ୍ରଜାକୁଳ ଖୁସି ।
ପ୍ରଭୁ ଙ୍କ ନିର୍ଦ୍ଦେଶେ
ବିଶ୍ୱାବସୁଙ୍କ ବିଶ୍ୱାସ ଲଳିତା
ବରିନେଲା ବ୍ରାହ୍ମଣ ବିଦ୍ୟାପତି ହସ୍ତ
କୈ।ଶଳରେ ପାଇଲା ସନ୍ଧାନ
ସେ ନୀଳମାଧବ
ଧନ୍ୟ ହେଲା ତାଙ୍କର ଜୀବନ
ପରେ ପରେ ଦାରୁ ରୂପେ ଜଗନ୍ନାଥ
ଇନ୍ଦ୍ରଦ୍ୟୁମ୍ନ ଙ୍କ ପ୍ରଚେଷ୍ଟାରେ ନିର୍ମିତ
ବଡ଼ ଦେଉଳ ରେ ହୋଇଲେ ପୂଜିତ
ମାନବ ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ
ସବର୍ଣ୍ଣ ଅସବର୍ଣ୍ଣ ବିବାଦର ହେଲା ଅନ୍ତ
ସମାଜରେ ଆର୍ଯ୍ୟ ଓ ଦ୍ରାବିଡଙ୍କ ମହାମିଳନରେ
ସର୍ବଧର୍ମ ସମନ୍ୱୟ ଜଗନ୍ନାଥ ଧର୍ମ
ହୋଇଲା ପ୍ରତିଷ୍ଠା
ଶ୍ରୀକ୍ଷେତ୍ର ନାମରେ ହେଲା ଏ ବିଶ୍ୱ ବିଖ୍ୟାତ
ଜନତାଙ୍କ ଆରାଧ୍ୟ ହେଲେ ଜଗନ୍ନାଥ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ