ନୀରବତାର ଭାଷା – ଡଃ ମାଙ୍ଗଳିକା ମହାପାତ୍ର

ଲେଖକ ପରିଚୟ

ଡକ୍ଟର ମାଙ୍ଗଳିକା ମହାପାତ୍ର
ପ୍ଳଟ ନମ୍ବର - ୩୫୩, ପ୍ରଶାନ୍ତି ବିହାର, କିଟ ବିଶ୍ୱବିଦ୍ୟାଳୟ , ଭୁବନେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆଖିରେ ତୁମର
ସମ୍ମୋହନର ନିଶା
କବିତା ରେ ତୁମ
ସଦା ପ୍ରେମର ଭାଷା

ମନରେ ତୁମର
ଅସରନ୍ତି ଆଶା
ରଖେନି ତୁମଠୁ
କେହି ପ୍ରତ୍ୟାଶା

ଓଠରେ ତୁମର
ମନଛୁଆଁ କବିତା
ହୃଦୟେ ଭରିଛ
ଅସ୍ପଷ୍ଟ ନିରବତା

କଳ୍ପନାରେ ତୁମ
ଜହ୍ନ ଆଉ ସବିତା
ନ ଥାଏ ସେଥିରେ
ଭାବନାର ସ୍ୱଚ୍ଛତା

ଖେଳିବାକୁ ଭଲପାଅ
ନେଇ ଅନ୍ୟର ସରଳତା
ଆପଣେଇ ନେଇଛ
ଯୁଗ ଯୁଗର ନିର୍ଜନତା

ପ୍ରତିଶ୍ରୁତି ତୁମ
ଘାସର ଗାଲିଚା
ବିଶ୍ଵାସହୀନତା ପାଇଁ
ଲଭିଛ ନିଃସଙ୍ଗତା ….

ଡଃ ମାଙ୍ଗଳିକା ମହାପାତ୍ର
ରେଭେନସା ବିଶ୍ଵବିଦ୍ୟାଳୟ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ