ଚିରନ୍ତନି – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଲେଖକ ପରିଚୟ

ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଭୁଲିଯିବା କିଛି ଅତୀତ ସ୍ମୃତିକୁ
ଯାହା ଦେଇଛି ଯାତନା
ନୂତନ ଭାବରେ ସାଉଁଟିବା ସ୍ୱଳ୍ପ
ନେଇ କିଛି ସଦ୍ଭାବନା,
ଇଂରାଜୀ ନୂତନ ବର୍ଷରେ ନେବା
ଈଶ୍ୱର ନାମେ ଶପଥ
ଆସୁ ଯେତେ କଷ୍ଟ ସର୍ବଦା ଚାଲିବା
ଯେଉଁଟି ସତ୍ୟର ପଥ,
ଅନ୍ୟ ହିତ ପାଇଁ କରିଯିବା କର୍ମ
ନିଜ ସମୟରୁ କାଢି
ଦୁଃଖୀ ରଙ୍କି ପାଇଁ ସ୍ନେହ ଶ୍ରଦ୍ଧା ଟିକେ
ଆନନ୍ଦରେ ଦେବା ବାଢି,
ମଥା ନତ କରି ଗୁରୁଜନଙ୍କ ଠୁଁ
ନେବା ଆଶିଷ ଉଧାରେ
କରି ସେବା କାର୍ଯ୍ୟ ସୁଧ ଦେଉଥିବା
ଜୀଇଁବା ଯାଏଁ ଧରାରେ,
ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଚକାପଦା
