ଆମ ନୂଆବର୍ଷ ବଇଶlଖ ମାସ – ଭାରତୀ ସାହୁ

ଲେଖକ ପରିଚୟ

ଭାରତୀ ସାହୁ
ଯୁନିଦା ପାଟଣା, ଦଶରଥ ପୁର, ଯାଜପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆମ ନୂଆ ବର୍ଷ ବଇଶାଖ ମାସ
ପାଳନ କିଏ କରୁଛି
ଅରୁଆ ଖେଚୁଡ଼ି ଖାଇ ଦିନ ଯିବ
ତେଣୁ ତାକୁ ପାଶୋରିଛି l

ଯେଉଁ ଦେଶ ଆମ ଦେଶର ଲୋକଙ୍କୁ
ଏତେ ଅତ୍ୟାଚାର କଲେ
ତା ନିଉ ଇଅର ପାଳିବାକୁ ଆଜି
ଆମେ ନିର୍ଲଜ ମାତିଲେ l

ନିଜ ଦେଶ ଭାଷା ନିଜର ସମସ୍ୟା
ଛାଡି ପର ଦେଶ ସେବା
ଦେଶଦ୍ରୋହି ଭଳି ଏହି କାମ କରି
କେତେ ଯଶ ଅରଜିବା l

ନାମକୁ ଓଡ଼ିଆ ଇଂରାଜୀ ବଢିଆ
କହୁଛନ୍ତି ଆମ ପିଲା
ମାଆ ଶବଦରେ ପୂର୍ଣ୍ଣଚ୍ଛେଦ ପଡେ
ମମି ସଂସ୍କାର ଭୁଲିଲା l

ଏଇ ଭାରତରେ କେତେକେତେ ବୀର
ଦେଶ ପାଇଁ ପ୍ରାଣ ଦେଲେ
ଏଇ ଦେଶ ପାଇଁ କେତେ କଵି ପୁଣି
ବ୍ୟାକୁଳ ହୋଇ ଉଠିଲେ l

ହେଲେ ବଦଳିଛି ନୀତି ରୀତି ଆଜି
ତୁଟିଛି ସମ୍ପର୍କ ମୋହ
ଆଜି ଖାଲି ଯାହା ନୀରବ ଯନ୍ତ୍ରଣା
କିଏ ପୋଛେ କାହା ଲୁହ l

ଭାରତୀ ସାହୁ, ଯୁନିଦl ପାଟଣା, ଦଶରଥ ପୁର, ଯାଜପୁର, ମୋ-7855841101


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ