ମା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ମାଆ
ବାସନ୍ତୀ ଲତା ଜେନା
ମାଆ ତ ଜନନୀ ଗର୍ଭ ଧାରିଣୀ ସେ
କଲ୍ୟାଣ ମୟୀ ଦାଇନୀ
ସନ୍ତାନର ସୁଖ ତା ମୁଖର ହସ
ଘୋଡାଏ ପଣତ କାନି l 1l
ମର୍ତ୍ତ୍ୟର ସୁଷମା ସବୁ ମାତା ପରା
ହୃଦେ ଝରେ ସ୍ନେହ ପ୍ରୀତି
ତା’ ସନ୍ତାନ ସୁଖେ ରହିଲେ ନିରତେ
ମିଳୁ ଥାଏ ତାକୁ ଶାନ୍ତି l 2l
ମା ବୋଲି କହି କୋଳରେ ଶୋଇଲି
ଅଳ୍ପ କିଛି କ୍ଷଣ ପାଇଁ
ସାରା ଦୁନିଆର ସୁଖ ମୁଁ ପାଇଲି
ନିଦ୍ରା ଆସିଗଲା ଧାଇଁ l 3l
ସତେକି ଲାଗିଲା କେଉଁ ଦିନ ଠାରୁ
ଅନିଦ୍ରାରେ ଅଛି ରହି
ମା କୋଳ ପାଇଁ ଶାନ୍ତିରେ ଶୋଇଲି
ମମତାର ସ୍ନେହ ପାଇଁ l 4l
ଗଦି କି ପଲଙ୍କ ଦେଇ କି ପାରିବ
ମା’ର ଗରମ ସ୍ପର୍ଶ
ଜନନୀର ହାତ ମୋ ମସ୍ତକେ ଥିଲା
ଝରୁ ଥିଲା ତା ‘ ଆଶିଷ l 5l
ମାଆର ଚରଣ ଦେବ ଦେବାଳୟ
ସରଗ ସୁଷମା ସେହି
ମାଆ ଖୁସି ହେଲେ ଆଶିଷ ବରଷେ
ସନ୍ତାନ ମଙ୍ଗଳ ପାଇଁ l 6l
:::::::::=:::::::
ବାସନ୍ତୀ ଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର
ମୋ : 8658655979

