ଭାବ ଜଳେ ତୁମ୍ଭେ କଳା ଠାକୁର – ଶିବାଶିଷ ନାଏକ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଅମ୍ବରେ ମେଘର ମାଳ

ଦେଖୁଛି ସେ ଶ୍ରୀଧର ,
ତ୍ୱଦୀୟ ଭାବ ମେଲିବ କି ପ୍ରଭୁ
କୃଷକେ ମେଲିବ ଖୁସିର ଦୁଆର ,
ଭାବ ଜଳେ ତୁମ୍ଭେ କଳା ଠାକୁର
ଭାବ ଜଳେ ତୁମ୍ଭେ କଳା ଠାକୁର ।
ପ୍ରଭୁ କୃପେ ବର୍ଷା ଆଗମନ
କୃଷକ ମନ ଯେ ମାଟିର ପବନ ,
ଚକ୍ଷୁ ଅନ୍ତୁ ଝଳେ ଖୁସିର ଜଳ
ପ୍ରଭୁ ପାଦେ କରେ ସେ ବିନମ୍ର ,
ଭାବ ଜଳେ ତୁମ୍ଭେ କଳା ଠାକୁର
ଭାବ ଜଳେ ତୁମ୍ଭେ କଳା ଠାକୁର ।
କଳା ମେଘେ ରୂପେ ବରଷି ଯାଅ
ହୋଇ ତୁମେ ଭାବ ଜଳ ,
ତୁମ୍ଭର ଲୀଳା କୁ କେମନ୍ତ ବଖାଣିବ
ଭାବେ ଭଳେ ଏ କୃଷକ ମେଳ ,
ଭାବ ଜଳେ ତୁମ୍ଭେ କଳା ଠାକୁର
ଭାବ ଜଳେ ତୁମ୍ଭେ କଳା ଠାକୁର ।
ତୁମ୍ଭରି ଗାନକୁ ଗାଇଯେ ମନେ
ହଳିଆ କରେ ହଳ ,
ମନ କୁ ମନ ଲାଗିଣ ଉଠି
ଲଗାଏ ତଳି ର ମେଳ ,
ଭାବ ଜଳେ ତୁମ୍ଭେ କଳା ଠାକୁର
ଭାବ ଜଳେ ତୁମ୍ଭେ କଳା ଠାକୁର ।
ଫସଲ ମେଳ ଆସାରା ଦେଖି
କୃଷି ହୁଏ ଉଲ୍ଲାସ ,
ତା ଚକ୍ଷୁ ଯେ ଝରେ
ଆଲ୍ଲାଦ ମଧୁର କାନ୍ତ ,
ଧନ୍ୟବାଦ ଘେନେ ପ୍ରଭୁ ଙ୍କୁ ତା ମନେ
ଢାଳି ତାର ପ୍ରେମ ଜ୍ଜାଳ ,
ଭାବ ଜଳେ ତୁମ୍ଭେ କଳା ଠାକୁର
ଭାବ ଜଳେ ତୁମ୍ଭେ କଳା ଠାକୁର ।

Writer’s Details: ନାମ – ଶିବାଶିଷ ନାଏକ
ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ , କେନ୍ଦୁଝର
ଓଡ଼ିଆ ସମ୍ମାନ ଛାତ୍ର
ଘର – ଜଘିଂରା, ଜିଲ୍ଲା – କେନ୍ଦୁଝର, ରାଜ୍ୟ – ଓଡ଼ିଶା, ଦେଶ – ଭାରତ
ବାର୍ତ୍ତାଳାପ – +୯୧୯୬୬୮୬୦୩୮୭୧ / +୯୧୭୯୭୮୧୫୭୯୩୬
ଇ-ମେଲ ଠିକଣା – shibasheeshnaikjgr@gmail.com
Content Category:
Submission Date: Jul 01, 2019


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ