ଯୋଦ୍ଧାଙ୍କ ଅସି – ଟିକା – ରଞ୍ଜନ କୁମାର ବ୍ରହ୍ମା

ଲେଖକ ପରିଚୟ

ରଞ୍ଜନ କୁମାର ବ୍ରହ୍ମା
ଚିକିଟୀ ଗଡ଼, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆସରେ ଆସ ଦଉଡି ଆସ
ନେଇଯିବା ଆମେ ଟିକା ।
ପଖାକୁ ପାଖ ଯେ ମାଡ଼ିଆସେ
ସେ ରୋଗ ହେବ ଫିକା ।।

ବିଦେଶୀ ରୋଗ ଧସେଇ ପସି
କରୁଛି ଆତଙ୍କ ଖେଳ ।
ଆମେ ସଭିଏଁ ସଜାଗ ହୋଇ
ମାରିବା ତାକୁ ଚାଲ ।।

ମାରି ମରିବା ମୋ ଜାତି କହେ
ଡରିକି ମରିବା ନୁହଁ ।
ଟିକାକୁ ନେଇ ଶ୍ରମେ ଲାଗିବା
ଦେଶର ଆହ୍ୱାନ ମାନ ।।

ନ ଡରି ଜାତି ଲଢ଼ିଛି ମାତି
କରିଛି ଫିକର ଫନ୍ଦୀ ।
ଯୋଦ୍ଧାଙ୍କ ଅସି ମାରି ଚାଲିଛି
ଶତ୍ରୁ ପଣ ଆଜି ବନ୍ଦୀ ।।

ଯୋଦ୍ଧାଙ୍କ ପରି ଯୋଦ୍ଧାଟି ସାଜି
ଶୃଙ୍ଖଳା ଧରିକି ଚଳ ।
ନିଜେ ନିଜଠୁ ରାଜ୍ୟ ଦେଶଠୁ
ରୋଗକୁ ତଡିବା ଚାଲ ।।

ଚିକିଟୀ ଗଡ଼, ଗଞ୍ଜାମ
ମୋ ନଂ – 9437858788


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ଦୀପକ କୁମାର ବଳ
ବଣମଲ୍ଲୀ ପାଠକ
ଦୀପକ କୁମାର ବଳ
6 ମାସ ପୂର୍ବରୁ

ବହୁତ ସୁନ୍ଦର ଲେଖା ସାର l ସାରସ୍ୱତ ଶୁଭେଚ୍ଛା ଓ ଅଭିନନ୍ଦନ l ପ୍ରଣାମ l ଜୟ ଜଗନ୍ନାଥ 🌹🙏🙏🙏🙏🙏