ନବବର୍ଷ ୨୦୨୨ – ଡଃ ଶରତ କୁମାର ଚଉଁରୀ
ସ୍ୱାଗତମ୍ ପ୍ରିୟ ନବବର୍ଷ
ଘେନ ସପ୍ରେମ ଅଭିନନ୍ଦନ
ତୁମ ଆଗମନେ ପ୍ରତି ମନୁ
ଅବସାଦ ହେଉ ଅବସାନ।
ଚାତକ ପରାଏ ପ୍ରତୀକ୍ଷାରେ
ରହିଥିଲେ ସାରା ବିଶ୍ୱବାସୀ
ଜଣାଉଛୁ ସ୍ଵାଗତ ସରବେ
ଆସହେ ଦି’ ହଜାର ବାଇଶି।
ପ୍ରତି ପ୍ରାଣେ ଭରିଦିଅ ସ୍ନେହ
ଶ୍ରଦ୍ଧା ପ୍ରୀତି ମମତା ସ୍ପନ୍ଦନ
ଦୁଃଖ ଶୋକ ରୋଗ ରାଗ ଆଦି
ନିମିଷକେ କର ବିସର୍ଜନ।
ଅଶାନ୍ତିର ନିଶିକୁ ଉଭେଇ
ଶାନ୍ତି ଜ୍ୟୋତି କର ପ୍ରଜ୍ଜ୍ୱଳନ
ସୃଷ୍ଟି କର ମାନବ ସମାଜେ
ସ୍ନେହ ପ୍ରେମ ଅତୁଟ ବନ୍ଧନ।
ଉତ୍କଳର ନବବର୍ଷ ଭୁଲି
ପାଳୁ ଆମେ ବିଦେଶୀ ବର୍ଷକୁ
ହି ନ୍ଦୁତ୍ୱର ଡିଣ୍ଡିମ ବଜାଇ
ଆବୋରିଛୁ ଅଣ ହିନ୍ଦୁତ୍ବ କୁ।
ପ୍ରଭୁ ପଦେ ପ୍ରଣତି ଜଣାଇ
କରଯୋଡି କରେ ନିବେଦନ
ଏ ବର୍ଷର ପ୍ରତିଦିନ ହେଉ
ପ୍ରତିଜନ ପାଇଁ ଶୁଭ ଦିନ।
ସୁଖ ଶାନ୍ତି ସମୃଦ୍ଧିରେ ଭରୁ
ସକଳ ପ୍ରାଣୀଙ୍କର ଅନ୍ତର
ଶୁଭାଶିଷ ଦିଅ ଜଗଦୀଶ
ଦୟାମୟ କରୁଣା ସାଗର।
ସଂ: ଶିଶୁ ଦରବାର
ଟିଚର୍ସ କଲୋନି, ପିପିଲି, ପୁରୀ
