କବିତା – ମୌସୁମୀ ବର୍ଷା – ରଞ୍ଜିତା ଦାସ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ବରଷାର ପ୍ରଥମ ଛିଟା,
ଲାଗେ ଭାରି ମିଠା ମିଠା,
ଆନନ୍ଦରେ ମନ ନାଚି ଉଠେ,
ଦେହ ହେଇଯାଏ ଓଦା |
ଅବେଳରେ ଝରିଯାଏ,
ଅକୁହା କଥା ମାନ କହିଯାଏ |
କେତେବେଳେ ଦୁମ ଦୁମ ନାଦରେ
କେତେବେଳେ ଝୁମ ଝୁମ ପାଉଁଜି ସ୍ବରରେ |
ବର୍ଷା ଭିଜା ମାଟି
କାହାର ମନକୁ ବା ମୋହେନି,
ଦେହକୁ ତ ଭିଜେଇଦିଏ
ହେଲେ ଭିଜେଇପାରେନି ମନକୁ |
ବରଷା କାହାପାଇଁ କାଳ ସାଜି ହୋଇ ଆସେ
ଆଉ କାହାପାଇଁ
ଇନ୍ଦ୍ରଧନୁର ସାତ ରଙ୍ଗ ନେଇଆସେ |
ବରଷା ସେତ ଚାଷୀ କୂଳର ଭରସା |
ବରଷା ରାଣୀଲୋ ବରଷା ରାଣୀ,
ବାଦଲ ଭିତରେ ରହି ମାରୁ ଫୁଟାଣି |
ଟୁପୁରୁ ଟାପୁରୁ ଶବଦ କରି,
ମନ କରିଥାଉ ଚୋରି |
ରଞ୍ଜିତା ଦାସ
ନ୍ୟାସନାଲ ଇନଷ୍ଟିଚ୍ୟୁଟ, ରାଉରକେଳା
