ଶୀତ – ସୁନନ୍ଦା ମହାନ୍ତି

ଲେଖକ ପରିଚୟ

ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ, ପୁରୀ | ସଦ୍ୟ ପୋଷ୍ଟ

ଆଜିକାଲି ଅନୁଭବରେ ତୁ ଏକମାତ୍ର
ତୋ ସ୍ପର୍ଶରେ ବିଭୋର ସାରା ଜଗତ୍ର
ଅନୁଭବର ଠାକୁର ଓଢଣୀ ଲାଗି
ଦିଶନ୍ତି ସୁନ୍ଦର ଆଖି ଯାଏ ଲାଖି
ପ୍ରତିଟି ରାତିର ସଞ୍ଜ ନଇଁବା ପୁର୍ବରୁ
ଆସୁ ନିବିଡ଼ତା ଭରି ସେଇ ମୁହୂର୍ତ୍ତରୁ
ତୋ ଭଳି ସ୍ପର୍ଶ କହ କିଏ ଦେବ
ତୋ ଭିତରେ ପ୍ରେମଫୁଲର ଫଲଗୁ ବୈଭବ
କହ ଏତେ ଭଲପାଇବା କୋଉଠୁ ପାଇଲୁ
କା ପାଇଁ ସଖି ଅବା ସଖା ନିଜକୁ ସଜାଇଲୁ
ଅବଗୁଣ୍ଠନବତୀ ପରି ଆସୁ ଥିରି ଥିରି
ତତେ ପାଇ ହୃଦୟ ହଲଚଲ ଯାଏ ଥରି
ତୋ ଭିତରେ ଏତେ ଛନ୍ଦ ଲୟ ଅଳଙ୍କାର
ଭଲଲାଗେ ବିଞ୍ଚୁ ଥାଉ ସୋହାଗ ଅବୀର
କେବେ ଅଭ୍ୟର୍ଥନା ଭିତରେ ଅନ୍ତର୍ଦାହ ଆଣୁ
ପୁଣି ଚାଲିଯାଉ ମୁହୂର୍ତ୍ତକେ ଦିନ ଗଣୁ ଗଣ
ସ୍ମୃତି ଛାଡିଯାଉ ହୃଦୟେ ଅନେକ ଅନେକ
ବିସ୍ମୟ ପଲକ ଖୋଜେ ଆସନ୍ତୁକି ଅଚାନକ
ଭଲଲାଗୁ ଲାଜବତୀ ମଉନାବତୀ ଶୀତ
ପାଗଳପ୍ରେମୀ ଟିଏ ବୁଝୁ ଜୀବନ ସଂଗୀତ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ