ସମୟର ଚକ – ପରମାନନ୍ଦ ତ୍ରିପାଠୀ

ଲେଖକ ପରିଚୟ

ପରମାନନ୍ଦ ତ୍ରିପାଠୀ
ବିଦୁ, ବାହାନଗା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ସମୟର ଚକ ଘୋରି ଘୋରି ଚାଲେ
ସରି ସରି ଆସେ ଆୟୁ
ଯୌବନର ଛିଟା ଲିଭି ଲିଭି ଯାଏ
ବୟସ ସାଧଇ ଦାଉ
ଦିନୁ ଦିନ ଅଣାୟତ
ମୟା ମୋହେ ପଡି ଜୀବନ ଜୀବିକା
ଅଣଚାଶ ଶ୍ବାସ ଘାତ ।୧।
ସମୟ ଘୋଷାଡି ଆଗକୁ ନିଅଇ
ପଛକୁ ଫେରେନି କେବେ
ପଥ ବହୁ ଦୂର ଭାରାକ୍ରାନ୍ତେ କ୍ଲାନ୍ତି
ଲାଘବ ନ ହୁଏ କେବେ
ମୁଦିବା ଆଗରୁ ଆଖି
ପଡି ଉଠି ଚାଲେ ଆଶ୍ରିତା ଲତାଟି
ସବୁ ରହିଯାଏ ବାକି ।୨।
ସବୁ ଶେଷ ପରେ ଖାଲି ଅବସୋସ
ଅବସାଦ ଛାୟା ଖେଳେ
ଯେତେ କରୁଥିଲେ ଊଣା ପଡୁଥାଇ
ମୂଲ ମୁଲକରୁ କାଳେ
ଅସାର ସଂସାରୁ ସାର
ନେବା ପାଇଁ ଆସି ଆଙ୍କି ଦେଇଯାଏ
କାଳିମାର କଳା ଗାର ।୩।

ବିଦୁ, ବାହାନଗା, ବାଲେଶ୍ବର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ