ହେ କଳାଠାକୁର – ଶିବ ଚରଣ ମହାପାତ୍ର
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ହୃଦବୋଧ ମହାବାହୁ
ହୀନିମାନ ହୋଇ ହାରିବି କି ମୁହିଁ
ହରି ତୁମ୍ଭେ ଥାଉ ଥାଉ..
କ କର୍ପୂର ଚନ୍ଦନ କପୋଳେ ଲେପିଣ
କନ୍କ ହାସ୍ୟ ଓଷ୍ଠେ ଖେଳେ
କମଣିଆ ସାଜି କବଳିତ ଆଜି
କପଟି ମୁଁ ମାୟା କୋଳେ..
ଳା ଲାଞ୍ଛିତ କଷଣ ଲାଡ ନାରାୟଣ
ଲାଳସା ତୋ ରଥ ଯାତ
ଲୟ ଭକ୍ତି ସିନା ଲଳିତ କାମନା
ଲଭେ ମୀରାବାଈ ଚିତ୍ତ..
ଠା ଠାକୁର ରଜା ମୋ ସଙ୍ଗେ ଭକ୍ତ ପ୍ରଜା
ଠେଲା ଠେଲି ବଡଦାଣ୍ଡେ
ଠାରି ହାତ ତୁ’ହି ଠିକଣା ବତାଇ
ଠେସୁ ତୋର ନାମ ତୁଣ୍ଡେ..
କୁ କୁଣ୍ଢା କୁଣ୍ଢି ହୋଇ କୋଳେ ବୋହିନେଇ
କାଠ ରଥେ ବିଜେକରି
କେଡେ ସରଧାରେ କାହୁଁ କେତେ ଭକ୍ତ
କୁଣିଆ ହୁଅନ୍ତି ପୁରୀ..
ର ରତ୍ନ ସିଂହାସନ କରିଗଲ ଶୂନ୍ୟ
ରଥାରୁଢ ଭାବଗ୍ରାହୀ
ରଙ୍ଗ ଅଧରର ରକ୍ତିମ ହସରେ
ରିକ୍ତ ପ୍ରାଣ କ୍ଳେଶ ଧୋଇ..
ହେ କଳାଠାକୁର..
ନିତି ଦିନ ହେଉ ଘୋଷଯାତ୍ରା ତୋର
ଯାଅ ଥରେ କଥାଦେଇ..

ଚକ୍ରଧରପୁର,କେନ୍ଦୁଝର

