କ୍ଷୁଦ୍ରଗଳ୍ପ – ପ୍ରଥମ ଚିଠି – ରଞ୍ଜନ କୁମାର ଵ୍ରହ୍ମା

ଲେଖକ ପରିଚୟ

ରଞ୍ଜନ କୁମାର ବ୍ରହ୍ମା
ଚିକିଟୀ ଗଡ଼, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସମୟ ଗଡ଼ିଛି । ଯୁବସୁଲଭ ଗୁଣ ଲୁଚିଛି । ସେଦିନର ସାଙ୍ଗସାଥିମାନେ ଆଜି ଆଖ ପାଖରେ କେହି ନାହାନ୍ତି । ଦଶମ ଓ ଗ୍ରାଜୁଏଟ୍ ବ୍ୟାଚ ଏକତ୍ର ବଣଭୋଜି କରିବା ପ୍ରସଙ୍ଗ ଉଠାଇ ଚୁପ୍ ରହିଛନ୍ତି ।  ଜଞ୍ଜାଳ ଭିତରୁ ସମୟ ବାହାର କରିବା ମୁସ୍କିଲ ହେଉଛି ସତ କିନ୍ତୁ ମୋବାଇଲରେ, ଗ୍ରୁପ୍ ଚାଟିଙ୍ଗରେ କଥା ଜମୁଛି ।  ପୁରୁଣା ସ୍ମୃତି, ଫଟୋ ପସରା ମେଲୁଛି । ତା ଭିତରେ କେହି କେହି କଥା ପ୍ରସଙ୍ଗରେ  ଯିବାଦିନର ଚିଠି ପ୍ରସଙ୍ଗକୁ  ମନେପକାଇ ମନଟିକୁ ସବୁଜ ଓ ରୋମାଣ୍ଟିକ କରିଦିଅନ୍ତି ସୁଜନବାବୁଙ୍କର । ଆଉ ସୁଜନବାବୁ ଏବେବି ନିଜପାଖରେ ସାଇତିି ରଖିଥିବା ପ୍ରଥମ ଚିଠିର ଅତର ବାସ୍ନାକୁ ହୃଦୟଙ୍ଗମକରି ସେ ପ୍ରିୟ ପ୍ରେରକଙ୍କଠୁ ଆଦୋୖ ଦୂରରେ  ନାହାନ୍ତି ।

ପୋଷ୍ଟ ବାକ୍ସ ଭିତରୁ ବାହାରି, ଡାକଘରରୁ ଡାକଘର ବଦଳି , ପୋଷ୍ଟମ୍ୟାନର ହାତକୁ ହାତହୋଇ ଆସିଲା ପରି ଗୋପନୀୟଭାବେ, ବଡ଼ ଯତ୍ନରେ ସାଙ୍ଗମାନଙ୍କଦ୍ୱାରା  ଆସି ପହଂଚିଥିଲା ସୁଜନବାବୁଙ୍କ ପାଖରେ ପ୍ରେୟସୀର  ପ୍ରଥମ ଚିଠି ।

ଅନେକ ଦିନ,  ଚାକିରୀର ପନ୍ଦର ବର୍ଷ ବିତିଯାଇଛି । ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କାମ କରୁଥିଲାବେଳେ ଥରେ ଜଣେ ମହିଳା ନିଜ ଝିଅକୁ ସାଙ୍ଗରେ ଧରି ତୃତୀୟ ଶ୍ରେଣୀ ସରକାରୀ ବୃତ୍ତିପରୀକ୍ଷା ସମ୍ପର୍କରେ ବୁଝିବାକୁ ଆସିଥିଲେ । ବାବୁଙ୍କୁ ସେ ଚିହ୍ନିଲା ଚିହ୍ନିଲା ଲାଗୁଥିଲେ । ଦୁହେଁ ପରସ୍ପରକୁ ଖୁବ୍ ଜାଣିଥିଲେ ସୁଦ୍ଧା ନିଜ ପରିଚୟ ଠାରୁ ଦୂରେଇ ରହି ଭଦ୍ରାମି ଦେଖାଇଥିଲେ । ଆଶାନେଇ ଆସିଥିବା କାର୍ଯ୍ୟଟିରେ ସନ୍ତାଷ ପ୍ରକଟକରି ଫେରିବା ବ୍ୟତୀତ ମହିଳାଙ୍କ ନିକଟରେ ଆଉ କିଛି ଶବ୍ଦ ନ ଥିଲା । ଆଉ ସୁଜନବାବୁ ହଜିଲା ଦିନର କଥାକୁ ମନେ ପକାଇ ସାଙ୍ଗମାନଙ୍କ ସହଯୋଗକୁ ମାନିବାକୁପଡିବ ବୋଲି କହି ପୁରୁଣା ଗୋଲାପୀସ୍ମୃତି କିଛି ସାଉଁଟିପକାଇଲେ ।

କାର୍ଯ୍ୟାଳୟର ସମୟ ସାରି ଘରକୁ ଫେରି ବିଶ୍ରାମ ସମୟରେ ନିଜର ପୁରୁଣା ସ୍ମୃତି ଫରୁଆକୁ ଖୋଲିବସିଲେ । ଏଯାବତ୍ ସାଇତା ପ୍ରଥମ ଚିଠିକୁ  ହାତ ପାପୁଲିରେ ଧରି ସେ ଅନୁଭବକଲେ ବିତିଥିବା ପ୍ରୀତିଭରା ମୁହୂର୍ତ୍ତ ଗୁଡିକୁ, ଖୁବ୍ ଗୋଲାପୀ ଗାଢ଼ ଓ ନରମ ଥିଲା । ପ୍ରେୟସୀର ଚିଠିଟି  ଅନେକ ସମୟଧରି ମହାବିଦ୍ୟାଳୟ ଲାଇବ୍ରେରୀର ମୋଟା ବହି ଭିତରେ ରହି  ଶ୍ବାସରୁଦ୍ଧ ହୋଇଯାଉଥିଲା । ସମୟ ଦରାଣ୍ଡୁଥିଲା ବାହାରିବା ପାଇଁ । ହେଲେ ଘର ଲୋକଙ୍କ ଗହଳ ଚହଳ ତା ପାଇଁ ଥିଲା ମହାଅଡ଼ୁଆ ।  ବେଳ ପାଉ ନ ଥିଲା ଢେର ରାତିଯାଏଁ । ସମସ୍ତେ ଶୋଇ ପଡିବା ପରେ ଯେବେ ବାହାରୁଥିଲା , ଘର ମୁରବୀଙ୍କ କାଶ ଅବା ଆସିଯିବା ଭୟରେ ଅଧା ଅଧା ବାହାରି ପୁଣି ଲୁଚିଯାଉଥିଲା ବହି ଭିତରେ , ଇସ୍ କି ଅବସ୍ଥା !

ଏବେ ସେ ନିଜ ଲୋକପାଖରେ ପହଂଚି ଓ ରହି ଆସ୍ବସ୍ତି ଅନୁଭବକରିଛି ସତ ହେଲେ ସେ ପ୍ରୀତି ଅବିରଖେଳ ସମୟ ଅତିକ୍ରମ କରିସାରିଛି । ପ୍ରତିଉତ୍ତର ନେଇ ସେ ଲେଉଟି ପାରିନାହିଁ । ଗ୍ରୀଷ୍ମ ଛୁଟି ପରେ ମହାବିଦ୍ୟାଳୟ ଖୋଲିବା ବେଳକୁ ସେ ନବବଧୂରେ ସଜାଇ ହୋଇସାରିଛି । ତୀର ଫୋଡା ଲାଲ ଟହଟହ ପାନପାତ୍ରର ଚାରି ପାଖରେ ସୁନ୍ଦର ଭାବେ ଲେଖା ହୋଇଥିଲା  ; ‘ଦୋସ୍ତ, ତୁମେ ପଢ଼ା ପରେ କ’ଣ କରିବ ?’  ସେ ପ୍ରଥମ ଚିଠିର ପ୍ରଶ୍ନ ଆଜି ବି ମତୁଆଲା କରୁଛି । ସେ କି ପ୍ରକାରର ପଢ଼ା ସମ୍ପର୍କରେ ପଚାରିଥିଲା , କ’ଣ ଚାହୁଁଥିଲା , ତାହା ବୁଝିବା ବେଳ ବୟସ ଆସି ପହଂଚି ନଥିଲା ସୁଜନ ବାବୁଙ୍କ ପାଖରେ । ଆଉ କିଛିଦିନ ପରେ ଆସି ପହଁଚିଲା ବେଳକୁ ସେ ନାହିଁ,  ରହିଯାଇଛି ତା ପ୍ରେମବାଣ ଆଉ ପ୍ରଥମ ଚିଠି ।

ଏବେ ବି ସେ ବାସୁଛି । ତା ଚିଠି ସୁଜନବାବୁଙ୍କୁ ପ୍ରେମରେ ସଜାଇ ଚାଲିଛି ।  ପ୍ରେରଣା ଦେଇ ଚାଲିଛି । ବାବୁଙ୍କ ଥକା ହରଣ କରୁଛି । କହୁଛି,
ଦୋସ୍ତ ବୋଝ ହି ସହି,
ଇସ୍ ବୋଝ କୋ ଉଠା ତେ ରହେନା ।
ଦିଲ୍ ମିଲେ ନା ମିଲେ, ହାତ୍ ମିଲାତେ ରହେନା ।।

ଏବେ ଦୁହେଁ ପରସ୍ପରଠାରୁ ଦୂରରେ ରହିଥିଲେ ବି ପ୍ରଥମ ଚିଠି ଭାବକୁ ଖୁବ୍ ନିକଟ ଓ ସୁଂଦର କରୁଛି । ଏହାତ ଚମତ୍କାର । ସେ ଚୀର ଯୁବା ଶାଶ୍ୱତ ଓ ଖୁବ୍ ନିଜର , ଆଉ ବୟସ ଦୁହିଁଙ୍କୁ ବୁଢା ବୁଢ଼ୀ କରିଚାଲିଛି ।

ଚିକିଟୀ ଗଡ଼, ଗଞ୍ଜାମ
ମୋ ନଂ – 9437858788


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ