ଅଫେରା ବସନ୍ତ – ରାକେଶ ସାହୁ

ଲେଖକ ପରିଚୟ

ରାକେଶ ସାହୁ
ସଦ୍ୟ ପୋଷ୍ଟ

ଏଇତ ବୋଧେ ଜଣେ ମାଳିର ଜୀବନ
ଦେଖିଛି ସିଏ କେତେ ଅନାବନା ସପନ
କେବେ ବିଭୋର ହୋଇଛି ପୁଣି ଚିନ୍ତାରେ ପଡ଼ିଛି
ତଥାପି ସେ ବସନ୍ତକୁ ଅପେକ୍ଷା କରି ବସିଛି ।।

ନିଜ କର୍ମରେ ସିଏ ସବୁବେଳେ ବ୍ୟସ୍ତ ଥାଏ
ଗଛ ମାନଙ୍କର ଯତ୍ନ ଖୁବ୍ ଆଦରରେ ନିଏ
ସେଇ ନିରୀହ ଗଛ ମାନଙ୍କ ପାଇଁ ଯାହା
କର୍ତ୍ତବ୍ୟ ଶେଷ କରି କୁହେ ସେଇ ଈଶ୍ୱର ସାହା ।।

ବଗିଚାର ଯତ୍ନ ନେଉ ନେଉ ଭୁଲିଗଲା ନିଜକୁ
ସତେ ଯେପରି ଏ ଶରୀର ବୋଲି କିଛି ନାହିଁ
ଖାଲି ଅଛି ଲକ୍ଷ୍ୟ କିପରି ଉତ୍ତମ ଫଳ ହେବ
ବଗିଚା ତାର ସଂସାରର ପୋଷଣ କରିବ ।।

ଗଛ ଗୁଡ଼ିକରେ ଯେତେବେଳେ ଫୁଲ ଫୁଟିଲା
ଛାତି ତାର ସତେ କୁଣ୍ଢେ ମୋଟ ହୋଇଗଲା
ହେଲେ ଦଇବର ନିର୍ଦ୍ଦେଶ କିଛି ଅଲଗା ଥିଲା
ବଗିଚାରୁ ସେ ମାଳିକୁ ଅଲଗା କରିଦେଲା ।।

ଏବେ ବଗିଚା ଚାହିଁ ରହିଛି ସେ ବସନ୍ତକୁ
ହଠାତ୍ ଏ ଝଡ ତୋଫାନ, କହିବ କାହାକୁ ।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ