ନୂଆବରଷ – ସୁନନ୍ଦା ମହାନ୍ତି
ଲେଖକ ପରିଚୟ

ସୁନନ୍ଦା ମହାନ୍ତି
ନୂଆ ବରଷ ଆଣ ନୂଆ ପରଶ
ନୂଆ ଲାଗୁ ଦୁନିଆଁ, ନଥାଉ ବିଦ୍ବେଷ
ଦେଇ ଟିକିଏ ହସ, ପାଉ ଟୋପେ ଆଶିଷ
ଦୟା କ୍ଷମା ମଣିଷପଣିଆରେ ଭରାଭରା ସ୍ପର୍ଶ
ନର ନାରୀ ଶିଶୁ ବୃଦ୍ଧା ବୃଦ୍ଧ ହସନ୍ତୁ ଅବଶ୍ୟ
ନାରୀ ଶିକ୍ଷା ସଂସ୍କୃତି ସଙ୍ଗେ ତ୍ୟାଗ ଅଶେଷ
ବଳ ବୀର୍ଯ୍ୟ କର୍ମ ଧର୍ମ ଧ୍ୟାନ ବଢାଉ ପୁରୁଷ
ଆଧ୍ୟାତ୍ମିକ ଚିନ୍ତା ଚେତନାର ଫୁଲ ଫୁଟୁ ଏବର୍ଷ
ରୋଗ, ଶୋକ, ଋଣ, ଦୁଃଖ, ମହାମାରୀ,ବିଶେଷ୍ୟ
ଦୁରେଇ ଦିଅ ନୂଆବରଷ ଆଣ ଉଲ୍ଲାସ ହର୍ଷ
କାହା ମନେ ନରହୁ ତିଳେ ଅବିଶ୍ୱାସ, ଲେଶ
କର୍ମଯୋଗୀ ସାଜିବେ,ବୀର ଯୋଦ୍ଧା ପୁରୁଷ
ନୂଆବରଷ ଦୁରେଇ ଦିଅ ଯାତନା କ୍ଳେଶ
ହସରେ, ରାଗମଲ୍ହାର ଜୀବନେ ଭରୁ ପିୟୁଷ
ହେ ଧରିତ୍ରୀ,ମାଟିମାଆ ଦେ ଆଶିଷ ଆୟୁଷ
ତାରାଫୁଲେ ଫୁଲି,ଜହ୍ନହସୁ ଖିଲିଖିଲି, ଆକାଶ
ରାମରାଜ୍ୟ ଫେରିଆସୁ ପାଇ ନବବର୍ଷର ସ୍ପର୍ଶ
ସ୍ରଷ୍ଟାଙ୍କ ସୃଷ୍ଟିସମ୍ଭାରେ ଓଁ ହେଉ ନିଶ୍ୱାସ ବିଶ୍ୱାସ
ସ୍ୱାର୍ଥର ଉର୍ଦ୍ଧରେ ରହି ଦେଶ, ଜାତିର ସାଜି ସାରସ
ସୁନ୍ଦର ସରସ କରି ଦେଶ, ଲେଖିବା ସ୍ବର୍ଣ୍ଣ ଇତିହାସ l
