ଆମ ଆଇନ – ସିଦ୍ଧେଶ୍ଵର ତ୍ରିପାଠୀ

ଲେଖକ ପରିଚୟ

ସିଦ୍ଧେଶ୍ଵର ତ୍ରିପାଠୀ
ଠିକଣା : କୁଣ୍ଡିଲୋ, କେରଙ୍ଗ, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଧନ୍ୟ ଧନ୍ୟ ତୁମେ ସୁପ୍ରିମ କୋର୍ଟ
ଏମିତି ନିୟମ କଲ
ଝିଅ କୁ ଝିଅ ବାହାହଵ ବୋଲି
ପାଉଛନ୍ତି କାଳେ ଭଲ ।

ପୁରୁଷ ପୁରୁଷ ରତିରେ ମାତିବେ
ନାରୀ ସାଙ୍ଗେ ପୁଣି ନାରୀ
କିନ୍ନର ଚାହିଁଲେ ନିଜ ସ୍ୱଇଚ୍ଛାରେ
ଯାହାକୁ ପାରିବେ ବରି ।

ପର ପୁରୁଷରେ ମନ ବଳିବାଟା
କହିଲ ନୁହଁଇ ପାପ
ପରନାରୀ ଏଠି ହରଣ ହେବାକୁ
(ଲୋଡ଼ା) ଦୁହିଁଙ୍କ ସ୍ୱୀକୃତି ଛାପ ।

ବାହାହେବା ଆଗୁ ମିଶିକି ରହିବେ
ଏଠିକାଳେ ପୁଅ ଝିଅ
ମନ ଭାଙ୍ଗିଗଲେ ଦୁହେଁ ତ ଦୁହିଁ ଙ୍କୁ
ଦେଇ ପାରିବେ ବିଦାୟ ।

ଅଧା ପାଠୁଆକୁ ମନ୍ତ୍ରୀ ପଦ ମିଳେ
ପାଠୁଆ ଗୋଲାମ ତାର
ପାଞ୍ଚବର୍ଷ ପରେ ପେନସନ ଅଛି
ତିନି ଦଶକକୁ ଦୂର ।

ଜାତି ଧର୍ମ କିଛି ନାହିଁ ତ ଦେଶରେ
ସଭିଏଁ ଆମେ ସମାନ
କୋଟା ଲାଗୁକରି ଗୁଡାଏ ଜାତିକୁ
କରୁଅଛ ହିନିମାନ ।

ଛାତ୍ର ବୃତ୍ତି ଠାରୁ ନିଯୁକ୍ତି ଯାଏଁ
କୋଟାକୁ କୋହଳ ସବୁ
କୋଟା ଥିଲାଯାଏଁ ସଭିଏଁ ନିଜକୁ
କେମିତି ସମ ମଣିବୁ ।

ଆମ ଆଇନରେ ଆମର ବିଶ୍ୱାସ
ଥିଲା ରହିବ ରହିଛି
ଟିକେ ଟିକେ ଯାହା ଭାରି କଷ୍ଟ ଦିଏ
ବଦଳାଅ ବାଛି ବାଛି ।

ସିଦ୍ଧେଶ୍ବର ତ୍ରିପାଠୀ


HTML tutorial
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ