ଜାଣେନା ମୁଁ – ଡଃ ମାଙ୍ଗଳିକା ମହାପାତ୍ର

ଲେଖକ ପରିଚୟ

ଡକ୍ଟର ମାଙ୍ଗଳିକା ମହାପାତ୍ର
ପ୍ଳଟ ନମ୍ବର - ୩୫୩, ପ୍ରଶାନ୍ତି ବିହାର, କିଟ ବିଶ୍ୱବିଦ୍ୟାଳୟ , ଭୁବନେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜାଣେନା ମୁଁ ତୁମକୁ
ମନେରଖିଛି କି ଭୁଲିଛି..!!
ହେଲେ ଏତିକି ଜାଣେ
ମୁଁ ତୁମ ହୃଦୟରେ ଅଛି…

ଜାଣେନା ତୁମ ବିନା
ମୁଁ ବଞ୍ଚିଛି କି ମରୁଛି …!!
ହେଲେ ଏତିକି ଜାଣେ
ତୁମ ଜିଇଁବାର କାରଣ ସାଜିଛି…

ଜାଣେନା ତୁମକୁ କେବେ
ପାଇଛି ନା ହରାଇଛି …!!
ହେଲେ ଏତିକି ଜାଣେ
ମୁଁ ତୁମ ହୃଦୟକୁ ଜିଣିଛି…

ଜାଣେନା ମୋ ଭାଗ୍ୟରେ
ତୁମେ ରହିଛ କି ନାହିଁ..!!
ହେଲେ ଏତିକି ଜାଣେ
ମୋ ଛଡା ତୁମର କେହି ନାହିଁ ….

ଜାଣେନା ତୁମେ ମୋର
ଶତ୍ରୁ ନା ବନ୍ଧୁ ସାଜିଛ..!!
ହେଲେ ଏତିକି ଜାଣେ
ମତେ ତୁମେ ନିଜର ଭାବିଛ…

ଜାଣେନା ତୁମ ସାଥେ
ଚାଲୁଚାଲୁ ଝୁଣ୍ଟିଲି କି ପଡ଼ିଲି..!!
ହେଲେ ଏତିକି ଜାଣେ
ପଡ଼ିବା ଆଗରୁ ସାହାରା ପାଇଲି…

ଜାଣେନା ସତ କି ମିଛ
ଯେ ମୁଁ ଭୁଲିବାକୁ ଚାହେଁନା..!!
ହେଲେ ଏତିକି ଜାଣେ
ତୁମେ ମୋ ବିନା ରହି ପାରନା ….

ଜାଣେନା ମୁଁ ତୁମର
ବଧୂ କି ସାଜିଛି ବାନ୍ଧବୀ..!!
ହେଲେ ଏତିକି ଜାଣେ
ତୁମର ହୋଇ ସଦା ମୁଁ ରହିବି…

ଏବେ ଆଉ ସେ ସବୁ କିଛି
ମୁଁ ଜାଣିବାକୁ ଚାହେଁ ନା…
କଥାର ସତ୍ୟତା କୁହେ
ତୁମ ଦୁଇ ଆଖିର ଆଇନା…

ଡଃ ମାଙ୍ଗଳିକା ମହାପାତ୍ର
ରେଭେନସା ବିଶ୍ଵବିଦ୍ୟାଳୟ


HTML tutorial
ଭୁବନେଶ୍ୱର
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
Ranajn Kumar Brahma
ବଣମଲ୍ଲୀ ପାଠକ
Ranajn Kumar Brahma
7 ମାସ ପୂର୍ବରୁ

ଖୁବ୍ ସୁନ୍ଦର