ଶବରୀ ଭାବ – ରଞ୍ଜନ କୁମାର ବ୍ରହ୍ମା

ଲେଖକ ପରିଚୟ

ରଞ୍ଜନ କୁମାର ବ୍ରହ୍ମା
ଚିକିଟୀ ଗଡ଼, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପାଠଶାଳାର ରୋଷେଆ ମୁହିଁ
ପଢିନି କିଛି ପାଠ ।
ନିଇତି ଆସି ଏହି ଜାଗାକୁ
ବୁଝିଛି ପାଠ ହିତ ।।

ବାଟ ଚାହିଁଛି ଆସିବେ ପିଲେ
ଖାଇବେ ମୋର ହାତୁ ।
ଝାଡୁ ଦେଇଛି ଖେଳିବେ ଏଠି
ପିଣ୍ଡାକୁ ଆସୁ ଆସୁ ।।

ଆସରେ ପିଲେ ନକରି ଡେରି
ଅନ୍ଧ ହେଲିଣି ମୁହିଁ ।
ପାଠୁଆ ହେଲେ ଆମ ଗାଆଁରୁ
ଅନ୍ଧାର ଯିବ ନେଇ ।।

ବୁଜିବି ଆଖି ତୁମେ ଆସିଲେ
ତରିବି ମୁହଁ ଦେଖି ।
ଶୁଣରେ ପିଲେ କଇରି ମାଆ
ବସିଛି ବାଟ ଜଗି ।।

ଚିକିଟୀ ଗଡ଼, ଗଞ୍ଜାମ
ଫୋନ୍ ନଂ – 9437858788


HTML tutorial
ଚିକିଟୀ ଗଡ଼, ଗଞ୍ଜାମ, ଓଡିଶା , ପିନ୍ - ୭୬୧୦୧୦
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ