ଶିଶୁ କବିତା – ମନେ ରଖିଥିବ – ଡଃ ଶରତ କୁମାର ଚଉଁରୀ

ଲେଖକ ପରିଚୟ

ଡକ୍ଟର ଶରତ କୁମାର ଚଉଁରୀ
ଟିଚର୍ସ କଲୋନୀ, ପିପିଲି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଟପ୍ ଟପ୍ ପଡ଼େ ବରଷା ପାଣି
ଫକ୍ ଫକ୍ ଡିଏଁ ବେଙ୍ଗୁଲି ରାଣୀ
ମନେ ରଖିଥିବ ଫୁଟାଇ ପିଇବ
ସବୁଦିନ ନଳକୂଅର ପାଣି।
ଫର୍ ଫର୍ ଉଡ଼େ ତ୍ରିରଙ୍ଗା ବାନା
ହୁକେ ହୋ ଡାକେ ବିଲୁଆ ନନା
ମନେ ରଖିଥିବ ଗରମ ଖାଇବ
ଶୋଇବରେ ନିତି ମଶାରି ଟାଣି।
ଟିକ୍ ଟିକ୍ ଚାଲେ ଘଣ୍ଟା କଣ୍ଟା ଟି
ଖଡ୍ ଖଡ୍ କରେ ମୂଷା ଛୁଆଟି
ମନେ ରଖିଥିବ ପାଠ ପଢିଯିବ
ଡକାଡକି ହୋଇ ଭାଇଭଉଣୀ।
ସର୍ ସର୍ ଚାଲେ ସାଇକେଲ ଟି
ଘର୍ ଘର୍ ହୋଇ ଘୂରେ ପଙ୍ଖା ଟି
ମନେ ରଖିଥିବ ସଜାଡି ରଖିବ
ଯତନରେ ବହି ଖାତାକୁ ଆଣି।
ଚକ୍ ଚକ୍ ଦିଶେ ଦିଅଁଙ୍କ ମେଢ଼
ଧଡ୍ ଧଡ୍ କରେ ହନୁ ମାଙ୍କଡ଼
ମନେ ରଖିଥିବ ଯେବେ ଦେବନେବ
ଭଲ ଭାବେ ଟଙ୍କା ପଇସା ଗଣି।
ଟପ୍ ଟପ୍ ପଡ଼େ ବରଷା ପାଣି।

ଡଃ ଶରତ କୁମାର ଚଉଁରୀ
ସଂ: ଶିଶୁ ଦରବାର
ଟିଚର୍ସ କଲୋନି, ପିପିଲି, ପୁରୀ


HTML tutorial
ପିପିଲି
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ