ମନ ଜପୁଥାରେ – ଡଃ ଶରତ କୁମାର ଚଉଁରୀ

ଲେଖକ ପରିଚୟ

ଡକ୍ଟର ଶରତ କୁମାର ଚଉଁରୀ
ଟିଚର୍ସ କଲୋନୀ, ପିପିଲି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମନ ଜପୁଥାରେ ମନ ଭଜୁଥାରେ
ରାମକୃଷ୍ଣ ନାମ ଘୋଷି
ଏ ଭବ ସାଗର ହେବୁ ନିଶ୍ଚେ ପାର
ପାହିଯିବ ଦୁଃଖ ନିଶି।
କାମ କ୍ରୋଧ ଷଡ଼ ରିପୁ ଯେ ନାଶନ୍ତି
ସିଏ ଏକା ପ୍ରଭୁ ରାମ
ଦସ୍ୟୁ ରତ୍ନାକର ବାଲ୍ମୀକି ହୋଇଲେ
ଜପି ପ୍ରଭୁଙ୍କର ନାମ
ଆରେ ମୁଢ ମନ ମନକୁ ସୁମନ
କରି ଜପ ଦିବାନିଶି।
କ୍ଲେଶ ଯେ ହରନ୍ତି ମନେ ଶାନ୍ତି ଦ୍ୟନ୍ତି
ସିଏ କୃଷ୍ଣ ଲୀଳାମୟ
ଭକତି ଚିତ୍ତରେ ଭଜ ନିରନ୍ତରେ
ଦୂର ହେବ ଭବଭୟ
ରାମକୃଷ୍ଣ ନାମ ପତିତ ପାବନ
କଳି କଳୁଷ ବିନାଶୀ।
ଏ ଛାର ଜୀବନ ମାତର ଦି ଦିନ
ଆଜି ଅଛି କାଲି ନାହିଁ
ରାମକୃଷ୍ଣ ନାମ କରିଲେ କୀର୍ତ୍ତନ
ସବୁ ପାପ ଯିବ ଧୋଇ
ମୁକତି ଲଭିବ ବଇକୁଣ୍ଠ ଯିବ
ପୁଣ୍ୟ ସବାରିରେ ବସି।

ଡଃ ଶରତ କୁମାର ଚଉଁରୀ
ସଂ: ଶିଶୁ ଦରବାର
ଟିଚର୍ସ କଲୋନି, ପିପିଲି, ପୁରୀ


HTML tutorial
ପିପିଲି
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ