ଭଲଲୋକ ଖୋଜା ଚାଲିଛି – ସନ୍ତୋଷ କୁମାର ମହାନ୍ତି
ନକଲିର ମାୟାଜାଲ ଭିତରେ
ଏହି ଦୁନିଆ ଚାଲିଛି
ଅମୃତ ଭାବି ମଣିଷ
ବିଷ ଏଠି ଖାଉଛି ll
ଅନ୍ୟାୟର ସାମ୍ରାଜ୍ୟ ଭିତରେ
ନ୍ୟାୟ ପାଇଁ ଚିତ୍କାର ଶୁଭୁଛି
ନ୍ୟାୟ ଦେବା ଲୋକଟା ଏଠି
ଆଖି ବୁଜି ବିଚାର କରୁଛି l
ଶୋଷିତର ଲୁହରେ ଏଠି
ଶୋଷକର ସୁଖର ସାଗର
ଭାଗ୍ୟ ଲେଖୁଛି ଯିଏ
ସିଏ ମୁକ ଆଉ ବଧିର ll
ବିଧିର ବିଧାନ ସବୁ
ଲାଗେ ଏଠି ଅଡୁଆ
ଭୋକିଲା ମଣିଷ ପାଇଁ
ପ୍ରଗତିର ସୂତାଟା ଅଡୁଆ ll
ଅନ୍ଧାର ରାତିରେ ଏଠି
ଭଲ ଲୋକ ଖୋଜାଚାଲିଛି
ଭଲ ଲୋକ ଗୋଡ଼ରେ ଏଠି
ଝଞ୍ଜିର ଲାଗିଛି ll

ସଫା ,ଓଡିଶା