ତୁ ମୋ ପ୍ରାଣ ସଖା ବନ୍ଧୁ – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସପନ ଦେଖିଲି ମୁହିଁ ଗଲା ରାତିରେ
କାଳିଆ ତୁ ବିଜେ ରତ୍ନ ସିଂହାସନରେ ।।୦।
ସୁନାମୁହୀଁ ଭଗ୍ନୀ ଭାଇ
ସୁଦର୍ଶନ ଥିଲେ ତହିଁ
ମୁରୁକି ହସ ତୋ ଥିଲା ରଙ୍ଗ ଅଧରେ ।।୧।
ଛତିଶା ନିଯୋଗ ସେବା
ନିମନ୍ତେ ସେବକ ଉଭା
ନାନା ଉପଚାରେ ରତ ଥିଲେ ତୋଠାରେ ।।୨।
ନିଉଛାଳି ହେଲି କେତେ
ଅଶ୍ରୁ ଭରିଗଲା ନେତ୍ରେ
ନ ପାରିଲି ଜଣାଇ ମୁଁ ତୋର ଛାମୁରେ ।।୩।
କି କୁହୁକ ଜାଣୁ ତୁହି
ତୋର ଚକାଆଖି ଚାହିଁ
ଭୁଲିଗଲି ନିଜ ସତ୍ତା ମଜ୍ଜି ଭାବରେ ।।୪।
ତୁ ମୋ ପ୍ରାଣ ସଖା ବନ୍ଧୁ
ଆପଣାର କୃପାସିନ୍ଧୁ
ନିଜ ପରିଜନ ଭାବି ନେବୁ ହୃଦରେ ।।୫।

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା – ଅନୁଗୋଳ,
ମୋବାଇଲ୍ ନମ୍ବର୍ – ୭୯୭୮୦୫୭୬୯୫


HTML tutorial
ଆଠମଲ୍ଲିକ ରୋଡ଼ ବଇଣ୍ଡା ଜିଲ୍ଲା ଅନୁଗୋଳ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ