ପରଜାପତି – ରୁଦ୍ରରୂପା ବ୍ରହ୍ମା

ଲେଖକ ପରିଚୟ

ରୁଦ୍ରରୂପା ଵ୍ରହ୍ମା
ଚିକିଟୀ ଗଡ, ଗଂଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଫୁଲରୁ ଫୁଲ ଉଡି ଉଡିକା
ଖୁସିରେ ଗାଏ ଗୀତ
ପରଜାପତି
ସୁନ୍ଦର ଅତି
ଫୁଲ ପରା ତା’ ମିତ । *୧*

ରୂପ ରଙ୍ଗରେ ତୁଳନା ନାହିଁ
ମନକୁ କିଣେ ଆମ
ନାନା ରଙ୍ଗର
କେଡ଼େ ସୁନ୍ଦର
ଛୋଟ ତା’ ବଡ଼ କାମ । *୨*

କିଏ ଏହାକୁ ତିଆରି କଲା
ଏତେ ଯତନେ ସତେ
ଦେହ କୋମଳ
ମନ ନିର୍ମଳ
କଉତୁକିଆ ଏତେ । *୩*

ଉଡି ଉଡିକା ସରାଗେ କେତେ
ଚାଖେ ସେ ମିଠା ରସ
ଥକି ନ ଯାଇ
ସଦା କହଇ
ଓଠରେ ରଖ ହସ । *୪*

ଡେଣା ହଲେଇ ବୁଲି ଆସଇ
ଭେଦଭାବ ନ ରଖି
ବିତରେ ଖୁସି
ସଭିଙ୍କୁ ହସି
ସବୁ ଫୁଲରେ ବସି । *୫*

ଚିକିଟୀ ଗଡ଼, ଗଞ୍ଜାମ
ଫୋନ୍ ନଂ ୯୪୩୭୮୫୮୭୮୮


HTML tutorial
ପିତା- ଶ୍ରୀ ରଞ୍ଜନ କୁମାର ବ୍ରହ୍ମା, ଚିକିଟୀ ଗଡ଼, ଗଞ୍ଜାମ, ଓଡିଶା , ପିନ୍ - ୭୬୧୦୧୦
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
Ranajn Kumar Brahma
ବଣମଲ୍ଲୀ ପାଠକ
Ranajn Kumar Brahma
2 ମାସ ପୂର୍ବରୁ

ଖୁବ୍ ସୁନ୍ଦର କବିତା , ପରାଜାପତି