ପାସୱାର୍ଡ – ସୁନନ୍ଦା ମହାନ୍ତି

ଲେଖକ ପରିଚୟ

ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ, ପୁରୀ | ସଦ୍ୟ ପୋଷ୍ଟ

ଯୁଗ ବଦଳି ଯାଇଛି, ପାସୱାର୍ଡ ବିନା ପରିଚୟ ନାହିଁ. ପିଲାଦିନେ ବାପା କବାଟ ରେ ଶିକୁଳୀ ଖଡ଼ ଖଡ଼ କରି ରେବାରେ ରେବାରେ, ଡାକୁଥିଲା ବେଳେ ବହୁତ ଖୁସି ହେଉଥିଲି ମୁଁ ।  ସାଙ୍ଗମାନେ ଯେବେ ରେବା ନା ରେବତୀ.. ଲୋ ନିଆଁ… ଲୋ ଚୁଲ୍ଲୀ, କହି ଚିଡ଼ାଇଲେ, ବାପାଙ୍କୁ ପଚାରିଲି ମୋ ଡାକ ନାମ ଏମିତି କାହିଁକି ରଖିଥିଲ ବାପା ? ଆଉ ଖୁବ ସୁନ୍ଦର କାହାଣୀ ଟିଏ ଥିଲା ମୋ ନାମ ପଛରେ l

ମୁଁ ଯେବେ ପେଟରେ ଥିଲି ବାପା ବୋଉ ଦୁହେଁ ମିଶି ସର୍କସ ଦେଖିବାକୁ ଯାଇଥିଲେ, ଏବଂ ସେଠାରେ ପରିଚାଳନା ଦାୟିତ୍ୱରେ ଥିବା “ରେବା ଦୀକ୍ଷିତ” ଝିଅର କାର୍ଯ୍ୟ ଓ ସୌନ୍ଦର୍ଯ୍ୟ ରେ ଅଭିଭୂତ ହୋଇ ବାପା କହିଥିଲେ ଝିଅ ହେଲେ ତା ନାମ ରେବା ରଖିବା l

ପୁଣି ଯୁଗର ପରିବର୍ତ୍ତନ ସହ ତାଳ ଦେଇ ବାପା ଯେବେ ମଜ୍ଜାରେ ଆମ ସବୁ ଭାଇ ଭଉଣୀଙ୍କୁ ଗୋଟିଏ ଗୋଟିଏ ଇଂରେଜ ଲୋକର ନାମ ରଖିଥିଲେ । ମୋ ନାମ ଥିଲା ରବର୍ଟସନ ବଜଫଜ । ସାଙ୍ଗ ମାନେ ଶୁଣିଲେ ହସନ୍ତି, ଚିଡ଼ାନ୍ତି, କହନ୍ତି ହଁ ମ ସେଇ ଲୋ ରେବୀ…. ଲୋ ନିଆଁ….. ଲୋ ଚୁଲ୍ଲୀ ତ ଆଉ କଣ ? ସାଙ୍ଗଗୁଡା ସତରେ ଏମିତି l
ଏଵେ ପ୍ରତ୍ୟେକ ପାସୱାର୍ଡ ଅଛି, ଆଉ ମୁଁ ନିଜ ପାସୱାର୍ଡ ଟିକେ ଅଲଗା କରିବାକୁ ଭାବି ବାପାଙ୍କ କଥା ମନେ ପକାଉଥିଲି । ସ୍ୱାମୀ କହୁଥିଲେ କଣ ଲୋ ରେବୀ… ଲୋ ନିଆଁ…. ଲୋ ଚୁଲ୍ଲୀ ରଖିବ ଭାବିଛକି ନିଜ ପାସୱାର୍ଡ ? ଆରେ ସେଇଟା ପରା ଫକୀରମୋହନ ସେନାପତିଙ୍କର ରେବତୀ ଗଳ୍ପ ର ନାୟିକା ରେବତୀ ର, ଆଉ ତମେ କାହିଁ ସେକଥା ଭାବୁଛ ? ସାଙ୍ଗମାନଙ୍କ ଭଳି ସ୍ୱାମୀଙ୍କ ରସିକତାରେ ସେଦିନ ବିରକ୍ତ ନଲାଗି ମତେ ବାପା ମନେ ପଡୁଥିଲେ, ମୃତ୍ୟୁର କବଳିତ ହେବା ଯାଏଁ ଯିଏ କଲିଙ୍ଗ ବେଲ ଭଳି ପାସୱାର୍ଡରେ ହାତ ନମାରି ରେବାରେ ରେବାରେ ବୋଲି ଶିକୁଳୀ ବାଡେଇ ଚାଲିଥିଲେ, ଯା ହେଉ, “”ଆର”” ନାମଟା କିନ୍ତୁ ମୋ ପାସୱାର୍ଡ ରେ ରହିଗଲା ସବୁଦିନ ପାଇଁ l


HTML tutorial
ସାକ୍ଷୀଗୋପାଳ, puriw
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ