ବେଳାଭୂମିରୁ ପଦେ – ସୁଧାକର ସେଠୀ

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସାଗର ଗରଭୁ ଆସୁଥିଲୁ ଧାଇଁ
ହୋଇ ଦିହେଁ କେତେ ଖୁସି
କିଏ ଭିଡି ନେଲା ଅଥଳ ଜଳରୁ
ଜାଲରେ ଗଲି ମୁଁ ଫସି ।

ଯେତେ ଭିଡିମୋଡି ହେଲି ବିକଳେ
ଲାଞକୁ ମାରିଲି ଠେସ
ଜାଲବି ବଇରୀ ଧରିଲା ଭିଡି
ପାଇଲି କେତେ ଯେ କ୍ଳେଶ ।

ଅନ୍ଧାର ଗହ୍ବରେ ଦେଲେ ପକାଇ
ଆଖି ଆଗେ ମୃତ୍ୟୁ ଯାଏ ଦିଶି
ଭୟେ ଆତୁରେ ହୃଦ ହୁଏ ପ୍ରକମ୍ପିତ
ଅତିତ କଥା ମନେ ଆସେ ଭାସି

ମନର ମାନସୀ ଆଖି ଆଗେ ନାଚେ
ନାଚେ ସେ ସୁନେଲି ଦିନ
ସାଗର ଗରଭେ ଥିଲେ କୌଉତୁକେ
ଲାଗିଲା କାହାର ନଜର ।

ଏମିତି କେତେ ଦିନ ଗଲାବିତି
ଆଖି ଦେଖିଲା ପ୍ରକାଶ
ଜାଲରେ ପଡି ଛଟପଟ ହେଉଥିଲି
ମିଳିଲା ଟିକିଏ ସାହାସ ।

ଶୁଖିଲା ଟାଙ୍ଗରା ବାଲୁକା ସ୍ତୁପରେ
ପଡିରହିଲି ଜାଲରେ ଛନ୍ଦି
ଗଦାଗଦା ଭାଇ ବନ୍ଧୁଙ୍କ ଶବ
ଯାଉଥିଲା ଜାଲ ଫାଙ୍କରେ ଦିଶି।

ଅଳପ ଦୁରରେ ପଡିଥିଲେ ସେମାନେ
ଦେଖି ଝରିଲା ଲୋତକ
ଜୀବନ ଦୀପ ଯାଏ ଲିଭି ଲିଭି
ଛାଡିବି ଯା ଶେଷ ନିଶ୍ବାସ ।

ଲେଖିବାକୁ ଅଛି କଥା ଅନେକ
ଦେହରେ ନାହିଁ ମୋ ବଳ
ଏତିକି କହୁଛି ହେ ମାନବ ଜାତି
ଧ୍ବଂସ ପଥ ତୁମେ ଛାଡ ।

ଅମର ହେବାକୁ ଖୋଜି ବୁଲୁଛ
ରଖିଛି ଅମୃତ ସାଇତି
ଉପକାର ମୋର ପାଦରେ ଆଡେଇ
ଭସ୍ମାସୁର ସାଜ କାହିଁକି ।

ଆଉ ପାରୁନି ନିଜକୁ ସମ୍ଭାଳି
ମୃତ୍ୟୁ ମୋର ନଶ୍ଚିତ
ଅକାରଣେ ମୋତେ କଲ ହତ୍ୟା
ଧର୍ମ ସହିବ କେମନ୍ତ ।

ଜମ୍ବେଶ୍ବରପୁର,ବାଲେଶ୍ବର
ଦୁରଭାଷା-୯୩୩୭୬୮୧୫୨୪


HTML tutorial
Jambeswar pur ,Balasore
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ