ଅଦିନିଆ ବର୍ଷା – ଡକ୍ଟର ମାଙ୍ଗଳିକା ମହାପାତ୍ର

ଲେଖକ ପରିଚୟ

ଡକ୍ଟର ମାଙ୍ଗଳିକା ମହାପାତ୍ର
ପ୍ଳଟ ନମ୍ବର - ୩୫୩, ପ୍ରଶାନ୍ତି ବିହାର, କିଟ ବିଶ୍ୱବିଦ୍ୟାଳୟ , ଭୁବନେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବେଳେ ବେଳେ ଭାବେ
ଯଦି ଏ ବର୍ଷାରେ ତୁମେ
ମୋ ପାଖରେ ଥାଆନ୍ତ…
ମିଶିକି ବର୍ଷାରେ ଭିଜିଥାନ୍ତେ
ମୌସୁମୀର ଭରପୁର ମଜା ନେଇଥାନ୍ତେ..

ଓଦା ଲୁଗାରେ ଘରକୁ ନ ଫେରି
ବାଟରେ ଲୁଗା ଶୁଖେଇଥାନ୍ତେ..
ନୀଳ ଆକାଶର ବାଦଲଭରା ମେଘକୁ
ମନଭରି ଉପଭୋଗ କରିଥାନ୍ତେ…

ପତ୍ରରୁ ଝରିପଡ଼ୁଥିବା ବିନ୍ଦୁ ବିନ୍ଦୁ ଜଳକୁ
ହାତ ପାପୁଲିରେ କୋଳେଇ ନେଇଥାନ୍ତେ
ଛତାର ଆବଶ୍ୟକତାକୁ
ମନେ ବି ପକେଇ ନଥାନ୍ତେ…

ସଦ୍ୟ ସ୍ନାତା ଘାସ ବୁଦାରେ
ଲାଲ୍ ଟୁକୁ ଟୁକୁ ସାଧବ ବୋହୂକୁ
ମନଦେଇ ଖୋଜିଥାଆନ୍ତେ….
ସତରେ କେତେ ମଜା ଲାଗିଥାନ୍ତା
ଯଦି ଏଇ ବର୍ଷାରେ କେବେ
ଆମର ଦେଖା ହେଇଥାଆନ୍ତା…

ଡଃ ମାଙ୍ଗଳିକା ମହାପାତ୍ର
ରେଭେନସା ବିଶ୍ଵବିଦ୍ୟାଳୟ


HTML tutorial
ରେଭେନ୍ସା ବିଶ୍ବବିଦ୍ୟାଳୟ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ