ଏମନ ବୁଝେନା – ଡକ୍ଟର ମାଙ୍ଗଳିକା ମହାପାତ୍ର

ଲେଖକ ପରିଚୟ

ଡକ୍ଟର ମାଙ୍ଗଳିକା ମହାପାତ୍ର
ପ୍ଳଟ ନମ୍ବର - ୩୫୩, ପ୍ରଶାନ୍ତି ବିହାର, କିଟ ବିଶ୍ୱବିଦ୍ୟାଳୟ , ଭୁବନେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କେହି ଏଠି କାହାରିକୁ ବୁଝେନା ବୋଲି ତ
ଜୀବନଟା ଉଦାସ ଉଦାସ
ଆଷାଢ଼ ଆକାଶ ପରି ଓଦା ଓଦା
ଆସେ ଅଚାନକ ଝଡ଼ ଓ ବତାସ…

ମିଛ ସ୍ନେହ, ମିଛ ପ୍ରେମ, ମିଛ ଅନୁରାଗ
ନିଷ୍ଠୁର ନିଷାଦର ଏ ବିଷାଦ ଯୋଗ
ମନରୁ ଦେଇଛି ତାକୁ କ୍ଷମା କରି
ରଖିବିନି କେବେ ତା ଉପରେ ରାଗ…

ଆଉ କାହା ପାଇଁ ସ୍ବପ୍ନ ନାହିଁ ମୋ ମନରେ
କି ବିସ୍ତୃତି ନାହିଁ ମୋ ସ୍ନେହରେ
ଏବେ ବିନ୍ଦୁଟିଏ ପରି ଘୁରି ବୁଲିବିନି
କାହାର ମିଛ ମାୟା ବଳୟରେ…

ଏବେ ଥରି ଉଠୁଥିବା ଛାତିରେ
ଅନିଶ୍ଚିତତା ର ଯନ୍ତ୍ରଣା ନାହିଁ
ମନରେ ଅଦିନିଆ ଝଡ଼ର
ଆକୁଳ ଆର୍ତ୍ତନାଦ ବି ନାହିଁ…

ବାନ୍ଧି ଦେବିନି ଜବରଦସ୍ତ
ମୋ ଇଚ୍ଛାର ସୁରକ୍ଷିତ ଧାରାକୁ
ଆଉ କାହା ଇଛା ଭିତରେ
ସମର୍ପି ଦେଇଛି ମୋ ସୁନେଲି
ସ୍ୱପ୍ନର ନଉକା ଟି ପାଇଁ
ନିର୍ଜନ,ନିସ୍ତବ୍ଧ କେଉଁ ଉପତ୍ୟକାରେ…

ଡଃ ମାଙ୍ଗଳିକା ମହାପାତ୍ର
ରେଭେନସା ବିଶ୍ଵବିଦ୍ୟାଳୟ


HTML tutorial
ରେଭେନ୍ସା ବିଶ୍ବବିଦ୍ୟାଳୟ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ