ଶିଶୁ କବିତା – ସ୍ୱରବର୍ଣ୍ଣ – ଡକ୍ଟର ଶରତ କୁମାର ଚଉଁରୀ

ଲେଖକ ପରିଚୟ

ଡକ୍ଟର ଶରତ କୁମାର ଚଉଁରୀ
ଟିଚର୍ସ କଲୋନୀ, ପିପିଲି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଅଖିଳ ବ୍ରହ୍ମାଣ୍ତ ପତିହେ
ଘେନ କୋଟି ଜୁହାର
ଆଶିଷ ମାଗୁଛି ଠାକୁରେ
ବାରେ କରୁଣା କର।
ଇଙ୍ଗିତରେ ତୁମ ପ୍ରାଣୀଏ
ହୁଅନ୍ତି ଆତଯାତ
ଈଶ୍ୱର ତୁମେହିଁ ଏକାକୀ
ପାଳୁଅଛ ଜଗତ।
ଉପକାର କରି ଅନ୍ୟର
ମୋର ଜୀବନ ଯାଉ
ଊଣା କର ନାହିଁ ଆଶିଷ
କିଛି ମାଗୁନି ଆଉ।
ଋଷି ପରି ଧ୍ୟାନ କରିବି
ତୁମ ପାଦ ପଦ୍ମକୁ
ରୁଷି କରି ରାଗିଯିବିନି
କେବେ ହେଲେ କାହାକୁ।
ଏତିକି ମାଗୁଣି ମୋହର
ଘେନ ହେ ଜଗଦୀଶ
ଐଶ୍ୱର୍ଯ୍ୟ ପୁରୀ ମୁଁ ମାଗୁନି
ପୂରୁ ମୋ ଅଭିଳାଷ।

ଓଡ଼ିଶାରେ ରହି ଅଛନ୍ତି
ଯେତେକ ରୁଗ୍ ଣ ଜନ
ଔଷଧ ଦେଇ ଣ ସେବାରେ
ମୁହିଁ କାଟିବି ଦିନ।
ସ୍ୱର ବର୍ଣ୍ଣ ରଖି ଆଦ୍ୟରେ
ଲେଖିଅଛି ଏ ଗୀତ
ଆଶା ଶିଶୁଗଣ ପଢ଼ିଣ
ହୋଇବେ ଆନନ୍ଦିତ।
🌸
ଡ. ଶରତ କୁମାର ଚଉଁରୀ
ସଂ: ଶିଶୁ ଦରବାର
ଟିଚର୍ସ କଲୋନି,ପିପିଲି,ପୁରୀ


HTML tutorial
ପିପିଲି, ପୁରୀ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ