ଶୂନ୍ୟରେ ବାଲିଘର – ଦେବବ୍ରତ ବାରିକ
ଏଇ ମୋ ମନରେ
ଅନେକ ଅକୁହା କଥା,
ଯାହା କଲମ ସାଉଁଟେ
ତୁ ଥିଲୁ,
ଏ ହୃଦୟର ସ୍ପନ୍ଦନ
ତୋର ମନ୍ତ୍ର ମୁଗ୍ଧ କଥା ରେ
ବିମୋହିତ ମୁଁ ବରମ୍ବାର
ଲାଜ ଭରା ଚାହାଣୀ
ମନ କଥା କହୁଥିବା
ତୁମ ସେଇ ଦୁଇ ନୟନ
ଯାହାର ଅର୍ଥ ଅନେକ
ଯେତେ ପଢିବାକୁ ଚେଷ୍ଟା କଲେ ମଧ୍ୟ
ପଢି ପାରେନା,
ତୁମ ହୃଦୟ ର କଥା
ଲେଖି ବାକୁ ଅନେକ ଇଚ୍ଛା
ମାତ୍ର ଆରମ୍ଭ କେମିତି କରିବି
ତୋର ସେଇ ସର୍ବଂସହା ଏବଂ
ପ୍ରତି ପନ୍ଥୀ ଚିନ୍ତନାରେ ଆଜି ବି
ତୋଳୁଥାଏ ଶୂନ୍ୟରେ ବାଲି ଘର
ହେଲେ ତୁମେ ପରା,
ତୁମ ଇଚ୍ଛା ର ଇଶ୍ୱରୀ
ମୋ ସ୍ଵପ୍ନ ରେ ଆସ ଯାଅ ବରମ୍ବାର ।
ଦେବବ୍ରତ ବାରିକ
ସମ୍ପାଦକ :ପ୍ରୀତି ପ୍ରଣତି
ଆନନ୍ଦପୁର, କେନ୍ଦୁଝର
ଦୂରଭାଷ – ୯୩୪୮୭୭୯୩୯୪
