କରୋନା ରାକ୍ଷାସ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କରୋନା ରାକ୍ଷାସ ଗ୍ରାସ କରିଚାଲେ
ପୃଥିବୀ ବାସୀଙ୍କୁ ମୋର,
ଏମିତିକା ଦୃଶ୍ୟ ଘଟୁଛି ଏଠାରେ
ଦେଖିଲେ ଲାଗୁଚି ଡର ।।
ବିଜ୍ଞାନ ଯୁଗରେ ମଣିଷ ସମାଜ
ଆଜି ଲାଗେ ଅସହାୟ,
ସାମାନ୍ୟ ଭୁତାଣୁ ରାକ୍ଷାସ ରୂପରେ
ଥରାଉ ଅଛି ହୃଦୟ।।
ଘରେ ଘରେ ଆଜି ମଣିଷ ଯେ ବନ୍ଦୀ
କ’ଣ ଅବା କରିବ?,
ବୈଜ୍ଞାନିକ ଗଣ ଲାଗି ପଡିଛନ୍ତି
ଟୀକା ଉଦଭାବନ ହେବ।।
ଚର ଚର ହୋଇ କୋରାନା ରାକ୍ଷାସ,
ପାଟିଲହ ଲହ କରେ,
ଜଗନ୍ନାଥ ପ୍ରଭୁ ସାହା ହୁଅ ତୁମେ
ଶକ୍ତି ଦେଇ ଶରୀରରେ ।।
ସଚେତନ ହେବା ଦୂରତା ରଖିବା
ହାତ ସଦା ଧୋଉଥିବା,
ଥଣ୍ଡା,କାଶ ,ହେଲେ ମୁଁହକୁ
ଘୋଡାଇ ଆମେ ସଦା ରଖୁଥିବା ।।
ସରକାରଙ୍କର ସତର୍କତା ବାଣୀ
ପାଳନ କରିକି ଆମେ,
କୋରାନା ରୋଗକୁ ଦୂର କରିଦେବା
ତଡି ଦେଇ ଦୂର ଧାମେ।।

ସାଗର କୁମାର ପରିଡା
ରାଇଘର,ନବରଙ୍ଗପୁର


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ