ହେ ହୃଦୟ ବିହାରୀ – ହାସ୍ୟମୟୀ ରାଜ

ଲେଖକ ପରିଚୟ

ହାସ୍ୟମୟୀ ରାଜ
ଓରାଳି, ହାଟଡିହି, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜାଣେ
ଜୀବନର ଉଠାଣି ରାସ୍ତାରେ
ଚାଲୁ ଚାଲୁ
କେବେ ଯଦି ଥକିପଡେ
ତମେ ମୋର ହାତଧରି
ଉଠେଇବ ନିଶ୍ଚେ
ଏମିତି ତ ଅନେକ୍ ଥର ଲାଗେ
ତୁମେ ଆସ ଅଦୃଶ୍ୟରେ
ପଡିଗଲେ କେବେ
ଉଠେଇଚ ହାତଧରି
ପୋଛିଦେଇଚ ଆଖିଲୁହ
ଯେବେ ମୋର ଯାଉଥାଏ ଝରି
ହେ କୃପାମୟ ହରି !
ତୁମ ବିନା ଅଛି କିଏ ପାରିବ ଉଦ୍ଧାରି ।।

ଅନିଶ୍ଚିତ ଏ ଜୀବନ
ଭୟ ଭ୍ରାନ୍ତି ମନରେ ଜଗାଏ
କେତ କଥା ଭାବୁଥାଏ
ମୂହୂର୍ତ୍ତ ସବୁ ଲମ୍ବିଯାଏ
ତୁମେ ଅଛ ବୋଲି ସିନା
ମନକୁ ବୁଝାଏ,
ଆଶଙ୍କାର କଳାମେଘ
ଛାଇଯାଏ ମନରେ
ହୃଦୟର ରକ୍ତ ପ୍ରବାହ
ଗତିଶୀଳ ହୁଏ
ଆଖି ଯାହା ଦେଖେ
କାନ ଯାହା ଶୁଣେ
ହତବାକ୍ ହୁଏ
ତୁମକୁ ତ ମନକଥା କହେ ।।

ହେ ହୃଦୟ ବିହାରୀ !
ଯାଅନାହିଁ ମୁହଁ ଆଡ କରି
ତୁମେ କି ପାରନି ଶୁଣି
ହାହାକାର ଏ ଦୁନିଆ
ଅକାଳରେ କେତେ ଯେ ଜୀବନ
ଯାଉଅଛି ଝରି,
ଏ ଜୀବନ ରାସ୍ତାରେ
ଛାଇଅଛି କେତେ ଅନ୍ଧକାର
ଦେଖାଅ ଆଲୋକ ତୁମେ
ଦେଖାଉଛ ଦିଶା
ଭରୁଛ ମୋ ଆଶା
ଜୀବନର ଦେଖିବାକୁ କାଲି
ତୁମ ବିନା ପାରିବିକି ଚାଲି !!


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ