କଳଙ୍କ ଲାଗିବ ଦେଶ ନାମେ – ଶ୍ୟାମ ସୁନ୍ଦର କୁମ୍ଭାର
କରୋନା ସାଜିଛି ମହାମାରୀ
ତା ଆତଙ୍କେ ବିଶ୍ୱ ଉଠେ ଥରି
କିଏବା କହିବ ଶେଷ ପରିଣତି
କଣ ଘଟିବ ପଡ଼େ ହୁରି ll
ସାରା ବିଶ୍ୱ ଆଜି ହୀନିମାନ
କ୍ଷତି ହୁଏ କେତେ ଧନଜନ
ସଭିଙ୍କ ଜୀବନ ଜୀବିକା ଉଛେଦ
ଦଶ ଦିଗ ଲାଗୁଅଛି ଶୂନ୍ୟ ll
ସବୁରି ମନରେ ଲାଗେ ଭୀତି
କିପରି ଟଲିବ ଏ ବିପତ୍ତି
କଣ କରିବି କେଉଁଠାକୁ ଯିବି
କେଉଁଠି ମିଳିବ ସୁଖ ଶାନ୍ତି ll
ଲଗ ଡାଉନ ଆଜି ସାରା ବିଶ୍ୱ
ଆମରି ସୁରକ୍ଷା ମୂଳ ଲକ୍ଷ୍ୟ
ମହତ ଉଦ୍ଦେଶ୍ୟ ଆମେ ପାଳିବାତ
ହେବନାହିଁ କେବେ ସଂକ୍ରମିତ ll
ଆମରି ସୁରକ୍ଷା ପାଇଁ ନୀତି
ସରକାର ଯାହା କରୁଛନ୍ତି
ସାମାଜିକ ଦୂରତ୍ୱ ରଖିବା ସହିତ
ଆଚରିବା ସ୍ୱଚ୍ଛତାର ନୀତି ll
ସଚେତନ ହେଲେ ସୁରକ୍ଷିତ
ରହିବା ହେ ଭାଇ ସୁନିଶ୍ଚିତ
ଜାଣିଶୁଣି ଆମ୍ଭେ ନିୟମ ଭାଙ୍ଗିଲେ
ହୋଇଯିବ ଆମ୍ଭ ସର୍ବନାଶ ll
ରହିବା ହେ ଭାଇ ଧୈର୍ଯ୍ୟ ଧରି
ଶୁଭ ସମୟକୁ ଅନୁସରି
ରୋଗ ପ୍ରତିକାର ଔଷଧ ଓ ଟୀକା
ବାହାରିଲେ ଯିବ ଦୁଃଖ ସରି ll
ଆଜି ଏ ସମସ୍ୟା ପାଇଁ ଭାଇ
କାହାରିକୁ ଦାୟୀ କର ନାହିଁ
ଜାତି ଧର୍ମ ଭେଦ ଭାବ ମନୁ ଭୁଲି
ଏକ ପଥେ ଚାଳ ସାଥିହୋଇ ll

ଦେଶର ଦୂରଦିନ କାଳେ ଆମେ
ବିଭେଦ ଆଣିଲେ ଧର୍ମ ନାମେ
ଜଗତ ଆମକୁ କରିବଟି ନିନ୍ଦା
କଳଙ୍କ ଲାଗିବ ଦେଶ ନାମେ
ଶ୍ୟାମ ସୁନ୍ଦର କୁମ୍ଭାର
