ଝରା ଶେଫାଳି

ଲେଖକ ପରିଚୟ

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

✍???? *ଝରା ଶେଫାଳି*✍????
ଚାହେଁନା ହେବାକୁ ରେଡ଼ଉଡ଼ ଓକ୍
ଅବା ବଡ଼ ଶାଳଗଛ
ଆକାର ଆକୃତି ଆକାଶ ପାହାଡ଼
ମହକରେ ସବା ପଛ ।

ଚାହେଁନା ହେବାକୁ ନିଷ୍ଠୁର ନିଦାଘ
ଶୋଷିବାକୁ ଜୀବ ପ୍ରାଣ
ବସନ୍ତ ମଳୟ ପରାୟ ଛୁଇଁ ମୁଁ
ଦିଅନ୍ତି ମିଠା ଚୁମ୍ବନ ।

ଚାହେଁନା ହେବାକୁ କଳା ବଉଦ ମୁଁ
ଖେଳିବାକୁ ଲୁଚକାଳି
ହୁଅନ୍ତିକି ଉଷା ମାଆର ସନ୍ତାନ
ନିଅନ୍ତି ତା ପାଦଧୁଳି ।

ଚାହେଁନା ବଞ୍ଚିବି ଯୁଗ ଯୁଗ ପାଇଁ
ସାଜି ଅବାସ ପଳାଶ
ହେଉ ନିମିଷକେ ମନ ହରାଏ ମୁଁ
ଦେଇ ସୁଗନ୍ଧ ସୁବାସ ।

ଚାହେଁନା ଶୋଇବି ସମାଧି ପୀଠରେ
କିବା ଜଳିବି ଜୁଇରେ
ଖୁସି ଲାଗେ ଯେବେ ମାଆ ବସୁଧାଟା
ଆଉଁସେ ରହି କୋଳରେ ।

ଚାହେଁନା ଫୁଲାନ୍ତି ଛବିଳ ଛାତିକୁ
ଦିବସେ ଦେଖାନ୍ତି ରଙ୍ଗ
ସନ୍ଧ୍ୟାରେ ଆସି ମୁଁ ସକାଳେ ଫେରଇ
କରୁ କିଏ ଥଟ୍ଟା ବ୍ୟଙ୍ଗ ।

ଚାହେଁନା ହେବାକୁ ନିଃସଙ୍ଗ ଅଛୁଆଁ
ଅନ୍ଧାରେ ପଡୁ ମୋ ଶବ
ସରାଗୀ ରଶ୍ମିଟା ଆଲୋକ ବିଛାଇ
ପିନ୍ଧାଏ ପୋଷାକ ଧବ ।

ଚାହେଁନା ଫେରିବି ଶୂନ୍ୟ ହାତରେ
ଧରି ନିନ୍ଦା ଘୃଣା ଥାଳି
ମୁଁ ଝରା ଶେଫାଳି ବିଦାୟ ନେଉଛି
ମାର ପ୍ରେମ କରତାଳି ।

????*ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*????


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ