ଶୁଭସ୍ମିତା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ତୋ ହସ ରେ
ମୋ ଦିନ ହୁଏ ପୂର୍ଣ୍ଣ,
ଆଉ ଖେଳନ୍ତି ଫୁଲମାନେ
ସୌଭାଗ୍ଯବତୀ ଭାବେ ନିଜକୁ ସଜାଇ।୧।
ଗୋଲ ମୁହଁ କୁ
ବହୁତ ମାନେ ସେ ହସ,
ଦିନ ର ଉଜ୍ଦ୍ବଳତା ପ୍ରଭାବ ରେ
ଚ଼ିରକାଳ ପାଇଁ ନାଚ଼ିବା ଲକ୍ଷ ରେ।୨।
ପ୍ରତି ମୁହୂର୍ତ୍ତ ସବୁ
ବିତିଯାଉଛି ଭଲରେ,
ସୌନ୍ଦର୍ଯ୍ଯ ହେଉଛନ୍ତି ବଶ
ଦୁଃଖ ହାର ମାନିଯା’ନ୍ତି ନିରଳସ ଭାବେ।୩।
ପ୍ରଥମ ଦେଖା ରେ
ତୋ’ ହସ ଟାଣିନେଇଥିଲା,
ମନ ର ସେ ରୋଷଣୀଶାଳା କୁ
ମଧୁଶାଳା ବନ୍ଦାପନା କରି ଭିଡ଼ିଧରିଥିଲା।୪।

ହସ ର ପ୍ରଭାବ ରେ
ଦୁଃଖଗୁଡ଼ା ମିଳେଇଯା’ନ୍ତି,
ମୋ ଅତୀତ କୁ ଦ୍ବାହି ଦେଇ
ମନ୍ଦ ହସ ର ନିବିଡ଼ ସଙ୍ଗମ ରେ।୫।
ପ୍ରିୟା ମୋର
ଏମିତି ହସୁଥିବୁ ତୁ ସର୍ବଦା,
ଦେଖୁଥିବି ଶୁଭରଙ୍ଗ କୁ ତୋ ମଧ୍ଯରେ
ଶଯ୍ଯାତ୍ଯାଗ ପରେ ପୀୟୁଷ ର ବେଳାଭୂମି ରେ।୬।
