ପ୍ରତୀକ୍ଷା ର ପ୍ରେମିକ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ପ୍ରତିବିମ୍ବ ଆଜି ଦିଶେ ଶୁଭ୍ରମୟ
ସନ୍ଧ୍ଯା ପୋଖରୀ ପାଣି ରେ,
ପୂର୍ଣ୍ଣମୀ ଜହ୍ନ ଯେ ହସୁଥାନ୍ତି ଧିରେ
ଢ଼ାଳନ୍ତି କିରଣ ଶିରେ।୧।
ନଡ଼ିଆ ଗଛ ର ପଛ କୁ ଯେ ଲୁଚ଼ି
ଜହ୍ନ ଦେଖନ୍ତି ତୋ ମୁଖ,
ଇଛ୍ଛା ହୁଏ ତାଙ୍କ ଛୁଇଁବାକୁ ତୋତେ
ପାଇବେ ସରଗ ସୁଖ।୨।
ପୋଖରୀ କୂଳର ଦୁବଘାସ ମାନେ
ଲାଜେ ମୁହଁ ତ ଘୋଡ଼ାନ୍ତି,
ଜଳେ ଥିବା ମୀନ ଖୁସି ରେ ଉଠିଣ
ଶୁଭ୍ର ଜୋଛନା ପିଅନ୍ତି।୩।
ମଳୟ ପବନ. ଛୁଇଁଯାଏ ତୋତେ
ଶୀତଳ ଜଳ ର ତୀରେ,
ଲାଜ ଗହଣା ରେ ନିଜକୁ ସଜାଉ
ଜହ୍ନ ର ମନ ଟି ପୁରେ।୪।
ନକ୍ଷତ୍ରଗଣ ଯେ ଫୁଲମାଳ ମାନ
ଶୂନ୍ଯ ରୁ ଆଜି ଢ଼ାଳନ୍ତି,
ଅପେକ୍ଷା ର ପର୍ବ ସରିଗଲା ଏବେ
ଆସ ମୋ ସଜନୀ ‘ପ୍ରତୀ’।୫।
ପୋଖରୀ ର ପାଣି ଉଛୁଳି ଗଲା ଯେ
ଛୁଇଁଦିଏ ତୋର ଗାଲ,
ଭରିଦିଏ ରଙ୍ଗ ଜହ୍ନ ର ତରଙ୍ଗ
କରିଦେଇ ତୋତେ ଗେଲ।୬।

Leave a Reply

Your email address will not be published. Required fields are marked *