କବିର ଭାବନା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
କବି କଲମରେ
କବିତା ରୂପରେ
ଦୂର ପାହାଡଟି ଦିଶେ l
ଝରଣା ପାଣିର
କୁଳୁ କୁଳୁ ଶବ୍ଦ
ତା ମଧ୍ୟରୁ ଭାସି ଆସେ ll
ଦୂରୁ ଦିଶେ ତୁମ
ଶିଆଳି ଲଟାଟି
ପ୍ରକୃତି କୋଲର ଦୋଳି l
ଶାଳୁଆ ବଣର
ସବୁଜିମା ରାଶି
ଦିଶେ ନୀଳ ଶାଢ଼ୀ ଭଳି ll
ପାହାଡ଼ ଭିତର
ବଡ଼ ପଥରଟି
ସତେକି ନୂଆ ବୋହୁ ଟେ l
ସିନ୍ଦୁର ମଥାରେ
ପିନ୍ଧି ବସିଅଛି
ହାତେ ନାଲି ଚୁଡ଼ି ପଟେ ll
