ଦୀପଟିଏ

ଲେଖକ ପରିଚୟ

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

✍???? *ଦୀପଟିଏ*✍????
***************
ସେଦିନ ମନ୍ଦିର ବେଢାରେ କରିଥିଲି ତୁମକୁ ଆବିଷ୍କାର
ଆଳତିର ମଧୁଧ୍ଵନି ତାଳେ ତାଳେ ମଧୁମୟ ଥିଲା
ତୁମ ଲାଳିତ୍ୟ ନୃତ୍ୟର ଝଙ୍କାର
ହସ ହସ ମୁଖର ଆକର୍ଷଣ
ତୋଷୁଥିଲା ସଭିଙ୍କ ମନପ୍ରାଣ
ଏକନିଷ୍ଠ ତପସ୍ୱୀ ସମ ତୁମେ ଥିଲ ସ୍ଥିତପ୍ରଜ୍ଞ
ଲକ୍ଷ୍ୟ ପୂରଣ ଅଭୀପ୍ସାରେ
ତ୍ରିଭୁବନେ କରି ବିଚରଣ
ପାଲଟିଥିଲ ମନ୍ତ୍ର ତନ୍ତ୍ର ଆଭୂଷିତ ଦୟାଳୁ ସ୍ୱୟଂ ଭଗବାନ।

ସେଦିନ ତୁଳସୀ ଚଉଁରାମୂଳେ କରୁଥିଲି ପର୍ଯ୍ୟବେକ୍ଷଣ
ସଂସ୍କୃତି ସମ୍ପନ୍ନା ଓଡ଼ିଆ ବୋହୂର ସ୍ପର୍ଶ
ତୁମକୁ କରୁଥିଲା ଜୀବନ ଅର୍ପଣ
ଶାନ୍ତ ସ୍ନିଗ୍ଧ ଆଲୋକବର୍ତ୍ତିକା ସମ
ଯେବିବି କରୁଥିଲ ମୁହୂର୍ତ୍ତ ମାନର ସଦ୍ ବ୍ୟବହାର
ଜ୍ଞାତେ ଅଜ୍ଞାତେ ଗ୍ରହଣ କରୁଥିଲ
ହର୍ଷୋତ୍ଫୁଲ୍ଲ ଜନତାଙ୍କ ଭକ୍ତିପୂତ ପ୍ରେମ ନମସ୍କାର।

ଜିଜ୍ଞାସା ମନଟା ମୋର କରିଥିଲା ସୂକ୍ଷ୍ମ ଗବେଷଣା
ନିର୍ଦ୍ଦ୍ୱନ୍ଦ୍ୱରେ ହସ୍ତଗତ କଲା ତୁମ ସମ୍ପୂର୍ଣ୍ଣ ଠିକଣା
ମାଟି ଧାତୁର ଶରୀର ଗଢା ଅପୂର୍ବ ଚିଜଟିଏ ତୁମେ
ଭକ୍ତି ଛନ୍ଦା ଆକୃତିର ଅର୍ପଣ ଟିଏ ବି ତୁମେ
ଘୃତ ସିନା ତୁମ ପ୍ରାଣ ତୁମେ ଥିଲ ତା ସ୍ପନ୍ଦନ
ବଳିତା ପରି ଉଚ୍ଛନ୍ନ ମନଟା ପ୍ରତିକ୍ଷଣେ ଜଳିବାକୁ ଖୋଜୁଥିଲା ଅଗ୍ନିର ମଧୁ ଚୁମ୍ବନ
ଶୁଭୁଥିଲା ସଦ୍ୟ ଜ୍ଞାନାଲୋକ ଶିଶୁର କ୍ରନ୍ଦନ
ତମସା ଦୂର କରି ଅଚିରେ ଭରିଦେଲ
ସକ୍ରିୟତାର ମୃଦ୍ୟୁ ଆକର୍ଷଣ।

ହେ ବିଚିତ୍ର ଚିତ୍ରଲେଖା
ଅତ୍ୟନ୍ତ କଠିନ ତୁମ ଚରିତ୍ର ଚିତ୍ରଣ
ତୁମ ହସ୍ତଲେଖା ଡାଏରୀରୁ ଯେବେ ସଂଗହ କଲି କିଛି ଶୁଦ୍ଧ ଅନୁଚିନ୍ତନ ମନ ଭରି କଲି ପଠନ
ନିଜେ ଜଳି ଅନ୍ୟକୁ ହସାଅ.
ଜ୍ଞାନ ଦେଇ ଜ୍ଞାନୀ ସୃଷ୍ଟି କର ଆଦି ନୀତି କଥନ
ହେ ତ୍ୟାଗପୂତ ମୂର୍ତ୍ତିମନ୍ତ ମହର୍ଷି
ଆଶାର ଦୀପ ସଦା କର ପ୍ରଜ୍ଜ୍ଵଳିତ
ଉଦାରତାର ସୁଅରେ ନିଷ୍ଠାର କାଗଜ ଡ଼ଙ୍ଗା ଭସାଇ
କରିବାକୁ ଲକ୍ଷ୍ୟ ପୂରଣ
ନିଜ ମନ ହୃଦୟ ଓ ଆତ୍ମାକୁ କର ନିର୍ଦ୍ଦ୍ୱନ୍ଦ୍ୱରେ ଉତ୍ସର୍ଗୀକୃତ।

✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*✍????


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ