ପଖାଳ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ପଖାଳ
ବାସନ୍ତୀ ଲତା ଜେନା
ଖରା ଦିନ ଭାଇ ଆସିଲା ଏବେ
ପଖାଳରେ ମନ ରହିଲା ତେବେ ll
ଟାଣ ଖରାକୁ ତ ଝାଞ୍ଜି ପବନ
କାମରୁ ଫେରିଲେ ନ ଲାଗେ ମନ ll
ପଖାଳ ଭାତକୁ ଆମ୍ବ ଚଟଣି
ମାଛ ଶାଗ ଭଜା ନେଉଛି ଟାଣି ll
ବଡି ଚୁରା ସାଥେ ଲୁଣ ପିଆଜ
କଞ୍ଚା ଲଙ୍କା ଦେଇ କରିବ ସଜ ll
ଆଳୁ ଭରତାକୁ କଦଳୀ ଭଜା
ଛଣା ଛଣି ଥିଲେ ଲାଗଇ ମଜା ll ଗିରିସମ ଦାଉ ଅତ୍ୟନ୍ତ ତାତି
ତୁରl ଣୀ ପିଇଲେ ଲାଗଇ ଶାନ୍ତି ll
ପେଟରେ ପଡିଲେ ମୁଠେ ପଖାଳ
ଶ୍ରମିକ କରଇ କାର୍ଯ୍ୟ ସଅଳ ll
ମାଟି ହାଣ୍ଡି ପଖାଳ ତ ବଢିଆ
ଆମ୍ବ ଲସି ମିଶା ଲାଗେ ବଢିଆ ll
ପରଜଣl ଭାତ ଅଳପ ଦହି
ଭୃଷୁଙ୍ଗା ପତ୍ରକୁ ଦେବ ମିଶାଇ ll
ପଖାଳ ଖାଇଲେ ନିଦ ଆସଇ
କ୍ଲାନ୍ତି ଦୂର ହୁଏ ଜାଣଟି ଭାଇ ll
ଓଡ଼ିଆ ପଖାଳ ଅଟେ ବିଶେଷ
ମାର୍ଚ୍ଚ କୋଡିଏ ପଖାଳ ଦିବସ ll
ଓଡ଼ିଆ ବାସୀଙ୍କ ପଖାଳ ପାଣି
ବିଶ୍ୱ ପ୍ରସିଦ୍ଧ ତ ଟଙ୍କ ତୋରାଣି ll
ଆନନ୍ଦ ବଜାର ଯିଏ ଯାଇଛି
ଟଙ୍କ ତୋରାଣି ତ ସିଏ ପିଇଛି ll
###$$$$###
ବାସନ୍ତୀ ଲତା ଜେନା
ଶିକ୍ଷୟିତ୍ରୀ
ଗାନ୍ଧିନଗର, ନବରଙ୍ଗପୁର
ମୋ : 8658655979

