ପିଲାଦିନ – ଜ୍ୟୋତିରଞ୍ଜନ ବାରିକ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଅଝଟ ଥିଲେ ବି ପିଲାଦିନେ ଥିଲି 

ବୋଉର ଗୁଣ୍ଠୁଣି ଧନ
ଦାଣ୍ଡର ଧୂଳିରେ ସାଙ୍ଗସାଥି ମେଳେ
କଟୁ ଥିଲା ମୋର ଦିନ,

ବାପାଙ୍କ କାନ୍ଧରେ ବସି ଦେଖୁଥିଲି
ଆକାଶର ତାରା ଜହ୍ନ
ଧୁଅରେ ବାଇଆ ଗୀତ ଶୁଣୁଥିଲି
ଋଷୁ ଥିଲି ଯୋଉ ଦିନ ,

ବୁଢ଼ୀ ଅସୁରୁଣୀ ଗପ କହୁଥିଲେ
ଜେଜେ ଜେଜେମା ନୀତି
ସୋଇ ପଡୁଥିଲି ତାଙ୍କରି କୋଳରେ
ପାହି ଯାଉଥିଲା ରାତି ,

ଅତି ଗେଲ୍ହା ଥିଲି ଘରେ ସଭିଙ୍କର
ଡାକୁଥିଲେ ମତେ ହିରୋ
ଜାଣିନଥିଲି ମୁଁ ବଡ ହେଲା ପରେ
ହେଇଯିବି ବୋଲି ପର ,,

ସମୟ ଏମିତି ଧୋକା ଦିଏ ଯଦି
ବୁଝିଥାନ୍ତି ସେତେବେଳେ
ଆଜି ହୁଏତ ମୁଁ ଭାବି ନଥାନ୍ତି ମୋ
ପିଲା ଦିନ କଥା ତିଳେ ,,

ମନରୁ ପାସୋରି ପାରୁନି ମୁଁ କେବେ
ମୋ ଜୀବନ ସ୍ମୃତି ଚିହ୍ନ
ଆଖି ପିଛୁଳାକେ ହଜି ଯାଇଛି ମୋ
ଅଝଟିଆ ପିଲାଦିନ ,,

କୋଉଠି ଖୋଜିବି ପିଲାଦିନ ମୋର
କୋଉଠି ଖୋଜିବି ସ୍ମୃତି
ପିଲା ଦିନକୁ ମୁଁ ସପ୍ନ ଦେଖି ଦେଖି
ପାହି ଯାଏ ମୋର ରାତି ,,

Writer’s Details: ନାମ – ଜ୍ୟୋତିରଞ୍ଜନ ବାରିକ
ଗ୍ରାମ – ଚଢ଼େଇଗାଁ, ପୋଷ୍ଟ – ତମ୍ପାଳୋ , ଥାନା – ନିମାପଡା , ଜିଲ୍ଲା – ପୁରୀ
Content Category:
Submission Date: Jun 08, 2019


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ