ପୂଜା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ପୂଜା ମୁଁ କରୁଛି
ତୁମ ଚରଣରେ
ତୁମେ ପୂଜନୀୟ ମୋର l
କେଉଁ ଗୁଣକୁ ମୁଁ
କରିବି ବର୍ଣ୍ଣନା
ଭାଷା ପାଉ ନାହିଁ ମୋର ll
ଶବ୍ଦ କୋଷ ମୋର
ହୋଇଯାଏ ଖାଲି
ଦେଖି ଗାରିମା ତୁମର l
ଆହେ ମହିୟସୀ
ବନ୍ଧୁ ନୁହେଁ ତୁମେ
ଜୀବନ ଅଟ ମୋହର ll
ବନ୍ଧା ପଡ଼ିଗଲି
ତୁମରି ପାଖରେ
ହୃଦୟ କରିଲା ଚୋରି l
ସତ ଜନମରେ
ବନ୍ଧୁ ଟିଏ ହୋଇ
ଜନମୁ ଥିବ ମୋହରି ll
ତୁମେ ପାଖେ ଥିଲେ
ସବୁ ଅଛି ମୋର
ଦୁନିଆ ଟି ଲାଗେ ତୁଛ l
ଘୋର ଅନ୍ଧକାରେ
ପଥ ମୋ ଦେଖାଅ
ହୋଇ ଆଲୋକର ଉତ୍ସ ll

ପଢିବାକୁ ଭୁଲନ୍ତୁ ନାହିଁ
