ତୁମ ହସରୁ ପୀୟୂଷ ଝରେ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଲେଖକ ପରିଚୟ

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳଯୋଡି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

Read More

କୃଷ୍ଣଚୁଡା ର
           ବଧୂଲି ଓଠରୁ
                 ଝରିପଡେ ସାତ ରଙ୍ଗ
ମଲ୍ଲୀ, କେତକୀ ସଉରଭେ ବାଇ
          ହୋଇ ଉଡେ ମନ ଭୃଙ୍ଗ  ।।
ତୁ ହସିଲେ ଝରେ
         ଚମ୍ପା,ଚାମେଲି
              କି ଅବା କଦମ୍ବ ଫୁଟେ
ପ୍ରଭାତୀ ଅରୁଣ ଉଇଁଲେ ହସଇ
           ତୁମ ନାଲି ରଙ୍ଗ ଓଠେ  ।।
ତୁମେ ହସିଦେଲେ
        ମୋ ଦୁନିଆଁ ହସେ
            ମୋ ମନ ମୟୂର ନାଚେ
ହସି ହସି ସହୀ ମୋ ସଂସାର ତରୀ
          ଚାଲିଛି ଦୁନିଆଁ ପଥେ  ।।
ମଣି,ମୁକ୍ତା ଝରା‌ 
         ହସର ପସରା
             ତୁମେ ଗୋଟେ ସୁନାଫୁଲ
ମୋ ଜୀବନ ଭାଷା,ଆଶା,ନିଶାକର-
        ମୁଖୀ, ପ୍ରାଣ ପ୍ରୀୟା ମୋର  ।।    
         
ତୁମରି ହସର       
      ଉପମା ନାହିଁ ରେ
              ତୋ ହସରୁ ପୀୟୂଷ ଝରେ
ସ୍ନିଗ୍ଧ,କୋମଳ,ମଧୂର ହସ ତୋ
            ପରାଣେ ଅମୃତ ଢାଳେ   ।।     


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ