କୃଷକ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କୃଷକ
ବାସନ୍ତୀ ଲତା ଜେନା

ଭୂମିକୁ କର୍ଷଣ ଯେଉଁ ବ୍ୟକ୍ତି କରି
ଶସ୍ୟ କରେ ଉତ୍ପାଦନ
ଦୁନିଆକୁ ଖାଦ୍ୟ ଆହାର ଯୋଗାଏ
ସବୁଠୁ ସିଏ ମହାନ l 1l
କୃଷକ ନାମରେ ନାମିତ ହୁଅଇ
କୃଷି କାର୍ଯ୍ୟ କରେ ନିତି
ଖରା ବର୍ଷା ଶୀତ ସହେ ସାରା ବର୍ଷ
ଫସଲ ଅମଳେ ପ୍ରୀତି l 2l
ଋତୁ ଅନୁସାରେ କୃଷକ କରଇ
ଭିନ୍ନ ଭିନ୍ନ କୃଷି କାମ
ସରକାରୀ ଯୋଜନା ମାନି ଚଳିଲେ ତ
ଉନ୍ନତ ଚାଷିର ନାମ l 3l
ସକାଳେ ପଖାଳ ଗଣ୍ଡେ ଖାଇଦେଇ
ବିଲକୁ ବାହାରି ଯାଏ
ଉନ୍ନତ ପ୍ରଣାଳୀ ଜମି ଚାଷ କରେ
ଅଧିକ ଅମଳ ପାଏ l 4l
ଜମିରେ ଉନ୍ନତ ବିହନ ବୁଣଇ
କମ୍ପୋଷ୍ଟ ସବୁଜ ସାର
ଜଳ ସେଚନର ସୁବିଧା କରଇ
ହେଉ ଥାଏ ହରବର l 5l
ମୁଣ୍ଡ ଝାଳ ତୁଣ୍ଡେ ମାରି ତ କୃଷକ
ସୁନା ଫସଲ ଫଳାଏ
ବର୍ଷକର ଶ୍ରମ ସାର୍ଥକ ହୁଅଇ
ଭଲ ଶସ୍ୟ ଯଦି ହୁଏ l 6l
ବାର ମାସେ ତେର ପରବ ପାଳନ
କୃଷକର ଘରେ ହୁଏ
ଭାରା କ୍ଲାନ୍ତ ମନ ହାଲୁକା କରଇ
ରଜ ଦୋଳି ଗୀତ ଗାଏ l 7l
ଫସଲ ବିକିଣ ତେଲ ଲୁଣ କିଣେ
ପିଲାଙ୍କୁ ପଠା ପଢ଼ାଏ
ସ୍ତ୍ରୀ ପାଇଁ ନୂଆ ଶାଢ଼ୀ କିଣି ଦିଏ
ଖୁସିରେ ଦିନ ବିତାଏ l 8l
ଦୁଃଖେ ସୁଖେ ତାର ସଂସାର ଚଳାଏ
ନିରୀହ ବ୍ୟକ୍ତିଟି ଜାଣ
ପଡୋଶୀଙ୍କ ସଙ୍ଗେ ସଦ୍ଭl ବନା ରଖେ
ଅତିଥି କରେ ପୂଜନ l 9l

::::::0:::::
ବାସନ୍ତୀ ଲତା ଜେନା
ଶିକ୍ଷୟିତ୍ରୀ
At : ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
ନବରଙ୍ଗପୁର, ପିନ : 764059
ମୋ : 8658655979


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ