ପୂଜିବି ତୁମ ପୟର

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ବେଲ ପତରେ ତୋ
ଶରଧା ବୋଲି ମୁଁ
ରଖିଛି ତୋଳି ମୁଁ ପୂଜା ଥାଳିରେ l
ଏକୋଇଶି ଅବା
ଶହେ ଆଠ ହେଉ
ଗଣି ନାହିଁ ତାକୁ ମୁହିଁ ହାତରେ ll
କଲା ଦୁଦୁରାରେ
ତୁମରି ଶରଧା
ଚଢାଇବି ବୋଲି ତୁମ ମଥାରେ l
ଖୋଜି ଖୋଜି ଆଣି
ରଖିଛି ଥାଳିରେ
କଲା ଗାଈ କ୍ଷୀର ତାହା ସାଥିରେ ll
ଥାଳିରେ ରଖିଛି
ଚନ୍ଦନ କର୍ପୁର
ଘିଅ ଦୀପ ଏକ ସାଥିରେ ତାର l
ଆହେ ଭୋଳାନାଥ
ଦିଅ ହେ ସୁଯୋଗ
ପୂଜିବାକୁ ଟିକେ ତୁମ ପୟର ll

ମୃତ୍ୟୁଞ୍ଜୟ ସାହୁ
ବଡମ୍ବା, କଟକ
ମୋ:-9090700601


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ