ହାରିବ କରୋନା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
କବିତା- ହାରିବ କରୋନା
———————————–
ବିଶ୍ଵଯୁଦ୍ଧ ପରି ଲଢ଼ିବାକୁ ହେବ
କରୋନାର ବିପକ୍ଷରେ
ଅସ୍ତ୍ରଶସ୍ତ୍ର ନୁହେଁ ସଚେତନତାର
ସଫଳ ମହାମନ୍ତ୍ରରେ ।।
ଏ ମହାଯୁଦ୍ଧରେ ସୈନିକ ସାଜିବା
ହାତ ପାପୁଲିକୁ ଧୋଇ
ଆଲିଙ୍ଗନ ନୁହେଁ ପ୍ରଣାମ କରିବା
କିଛି ଦୂରତାରେ ଥାଇ ।।
ବିଦେଶରୁ ଯଦି ଫେରିଥିବେ କେହି
ଥିବ କାଳେ ସଂକ୍ରମଣ
ଅଣସର ପରି ରହିବାକୁ ହେବ
ଆଗାମୀ ଚଉଦ ଦିନ ।।
ଅନ୍ଧବିଶ୍ୱାସର ଅନ୍ଧାରି ଗଳିରୁ
ଅଜ୍ଞାନକୁ ଫିଙ୍ଗିଦେଇ
ବିଜ୍ଞାନର ସବୁ ନୀତିନିୟମକୁ
ନେବା ଆମେ ଆପଣେଇ ।।
ସୁରକ୍ଷିତ ହୋଇ ସତର୍କ ରହିଲେ
ଡେଇଁବ ନାହିଁ କରୋନା
ମାନବ ଜିତିବ ଭୂତାଣୁ ହାରିବ
ଉଡ଼ିବ ବିଜୟ ବାନା ।।
ନାମ-ପ୍ରଶାନ୍ତ କୁମାର ପଧାନ
ଗ୍ରାମ-ବୁରୋମୁଣ୍ଡା
ଜିଲ୍ଲା-ବରଗଡ଼
