ଭରସା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

✍???? *ଭରସା*✍????
*************
ସଂସାର ନାଆରେ ପାଦ ଦେଲାବେଳେ
ଇଚ୍ଛାକୁ କହେ ସାହସ
ପାରିହେବା ପାଇଁ ଯଦି ଚାହୁଁ ଇଚ୍ଛା
ମନରେ ରଖ ବିଶ୍ୱାସ ।

ଯେଉଁଠି ବିଶ୍ୱାସ ସେଇଠି ଭରସା
ରହିଥାନ୍ତି ହୋଇ ଛନ୍ଦି
ଜଣକୁ ବାଧିଲେ ଆରଟି ଧକାଏ
ଫେରିଯାନ୍ତି କାନ୍ଦି କାନ୍ଦି ।

ଶିଶୁର ଭରସା ମାଆର କୋଳଟି
ବାପାର ଯତନ ଛାଇ
ଝୁଣ୍ଟିଲେ ଶିଶୁଟି ଛିଣ୍ଡେ ମାଆ ହୃଦ
ବାପା କଲିଜା ଥରଇ ।

ପିଲାଙ୍କ ଭରସା ମା’ ଅନ୍ନପୂର୍ଣ୍ଣା
ବାପା ସ୍ୱର୍ଗ ପାରିଜାତ
ଯାହା ସେ ଚାହିଁଲେ ପୂରଣ କରିବେ
ବଢ଼ାଇ ଶ୍ରଦ୍ଧାର ହାତ ।

ଛାତ୍ରର ଭରସା ପୂଜ୍ୟ ଗୁରୁଦେବ
ପାଇ ଶ୍ରଦ୍ଧା ଆଶୀର୍ବାଦ
ଲଙ୍ଘଇ ସାଗର କିବା ଗିରିବନ
ଲଭିବ ଶ୍ରେଷ୍ଠ ସମ୍ପଦ ।

ବୃଦ୍ଧ ବୃଦ୍ଧାଙ୍କର ଭରସାର ବାଡି
ଜନ୍ମ କଲା ପୁଅଝିଅ
ଶୁଶ୍ରୂଷା ଷା ଯତନ ଟିକିଏ ପାଇଲେ
ଛୁଟେ ଆନନ୍ଦର ସୁଅ ।

ପର ଘର ଝିଅ ବୋହୂର ଭରସା
ପତି ତା ପରମେଶ୍ୱର
ଶୁନ୍ୟ ଆକାଶରେ ତା ପକ୍ଷୀରେ ଉଡେ
ନ କରି ବାଛ ବିଚାର ।

ଶିଶୁ ବାନରର ଭରସା ତା ମାଆ
ମାଆର ଭରସା (ବୃକ୍ଷ)ଡାଳ
ଆସୁ ଯେତେ ଝଡ ନିର୍ଭୟେ ଓହଳେ
ନ କାଟି ମନର ବଳ ।

ବାୟା ଚଢ଼େଇର ଭରସା ତା ବସା
ବସାର ଭରସା ଗଛ
ଖାତିର କରେନା ପ୍ରକୃତି ତାଣ୍ଡବ
ଦୁର୍ବଳତା କରି ପଛ ।

କୃଷକ ଭରସେ ଆକାଶ ଜଳକୁ
ନଭର ପୃଥିବୀ ଜଳ
ବିଶ୍ୱର ଭରସା (ସେ) ମାଟିର ମଣିଷ
ତା ହାତେ ଉପୁଜା ଫଳ ।

ଭରସା ସମ୍ପର୍କ ରକ୍ତଠୁ ନିଜର
ମହାନ୍ ପ୍ରେମ ଝରଣା
ଶାନ୍ତିର ମହଲ ଗଢେ ମମତାରେ
ବାଜେ ମଧୁ ସ୍ଵନ ବୀଣା।

ବିପଦ ପଡିଲେ ଭରସାର ମୂଲ୍ୟ
ଜଣାପଡେ ସଭିଙ୍କର
ଦୁଇ ହାତ ଟେକି ସଭିଏଁ ଡାକନ୍ତି
ରଖ ହେ ପରମେଶ୍ୱର ।

କେଡେ ଭରସାରେ ଆମକୁ ସୃଷ୍ଟିକୁ
କରିଛି ସୃଷ୍ଟି ଯେ ସ୍ରଷ୍ଟା
ସେ ଆମ ଭରସା ସେ ଆମ ବିଶ୍ୱାସ
ଜୀବନର ଦୁଇ ପୃଷ୍ଠା ।

ଆଶା ଭରସାରେ ବିଶ୍ୱାସ ତୂଳୀରେ
କରିଛୁ ପରା ଏ ସୃଷ୍ଟି
ତୁ ଆମ ସ୍ପନ୍ଦନ ଭରସା ସମ୍ରାଟ
ସଦା କର ପ୍ରେମ ବୃଷ୍ଟି।

✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର*✍????

Leave a Reply

Your email address will not be published. Required fields are marked *