କରୋନାକୁ ଡରନା

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କରୋନାକୁ ଡରନା
ଆଖି ନାକ ପାଟି କାନେ
ହାତ ଜମା ମାରନା ।।
ସଫା ରଖ ନିଜକୁ
ବାରମ୍ବାର ସାବୁନ୍ ରେ
ଧୋଇ ଦିଅ ହାତକୁ ।।
କାଶ ଛିଙ୍କ ହୋଇଲେ
ମୁହଁକୁ ଘୋଡ଼ାଇ ରଖ
ଟିସୁ ଅବା ରୁମାଲେ ।।
ଥଣ୍ଡା ଜର ସର୍ଦ୍ଦିରେ
ବାହାରକୁ ଯାଅ ନାହିଁ
ରୁହ ଘର ଭିତରେ ।।
ଜନ ସମାଗମରେ
ଏକତ୍ରିତ ହୁଅ ନାହିଁ
ଯାନିଯାତ୍ରା ମେଳାରେ ।।
ସାମାଜିକ ଦୂରତା
ମାନିନେଲେ କରୋନା ତ
ମାଡ଼ିବନି ଜାଣିଥା ।।

ଶିବ ପ୍ରସାଦ ସାହୁ
ଗୋପିନାଥପୁର ସାହି
ଚାନ୍ଦପୁର, ନୟାଗଡ଼
ପିନ୍ -୭୫୨୦୨୪
ମୋ -9692374659


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ